ବାରିପଦା; ରାଇରଙ୍ଗପୁର ପୋଲିସ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ କୁଦୁଲିବାଡି ବସ୍ତି ଅଞ୍ଚଳର ଜନୈକ ମହିଳାଙ୍କ ମୋବାଇଲ ଚୋରୀ ସନ୍ଦେହକୁ ନେଇ ଜନୈକ ଯୁବକକୁ ନିସ୍ତୁକ ମାଡ଼ ମାରି ଗୁରୁତର ଅବସ୍ଥାରେ ସୋମବାର ସନ୍ଧ୍ୟାରେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ ହୋଇଥିବା ର ଜଣାଯାଇଛି । ମୃତ ଯୁବକ ହେଲେ ବାଦାମ ପାହାଡ଼ ଥାନା ଅଞ୍ଚଳର କଣ୍ଟାଶୋଲା ଗ୍ରାମର ବରଜୁ ଦେହୂରୀ ।

ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଦୁଧିଝରଣ ଗ୍ରାମର କୁଦୁଲିସାହି ବସ୍ତି ଅଞ୍ଚଳର ଜନୈକ ମହିଳାଙ୍କ ମୋବାଇଲ ଚୋରୀ ମାମଲାରେ ବରଜୁ ଦେହୂରୀ ଚୋରୀ କରିଥିବା ସନ୍ଦେହ କରି ଶନିବାର ରାତି ୯ ଟା ପାଖାପାଖି ସମୟରେ ମହିଳାଙ୍କ କିଛି ସମ୍ପର୍କୀୟ ବାଦାମପାହାଡ଼ ଥାନା ଅଞ୍ଚଳର ଚାକରଡିହି ଗ୍ରାମ ଛକରେ ବରଜୁ ଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ ।ପରେ ଗୁରୁତର ଅବସ୍ଥାରେ ସେ ରାଇରଙ୍ଗପୁରହସ୍ପିଟାଲରେ ଚାକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ମୃତ୍ୟୁ ବରଣ କରିଥିଲେ । ମଙ୍ଗଳବାର ବାଦାମପାହାଡ଼ ପୋଲିସ ମୃତକକୁ ଉଦ୍ଧାର କରି କେଶ ନମ୍ୱର ୧୫୧/୨୬ମୂଳେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତକୁ ଜୋରଦାର କରିଛି ।
