ପୁରୀ: ଡେଲାଙ୍ଗ ଥାନା ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ପୁରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଚଢ଼ାଉ କରାଯାଇ ୪ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦାସ୍ଥିତ ବାଣୀ ବକ୍ରେଶ୍ୱର ମନ୍ଦିରର ପଛପାର୍ଶ୍ୱରେ ବ୍ରାଉନ୍ ସୁଗାର କାରବାର ସମ୍ପର୍କରେ ପୋଲିସକୁ ବିଶେଷ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଡେଲାଙ୍ଗ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଘେରାଉକରି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ସହ ଗୋଟିଏ ପିସ୍ତଲ ଜବତ କରାଯାଇଥିଲା।

ଏହା ସହିତ ନିଶାଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥ?ିବା ଗୋଟିଏ କାର୍ ଏବଂ ଦୁଇଟି ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଆଇନାନୁଯାୟୀ ତଲାସି ଓ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା। ଅଧୂକ ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ପୁରୀ ସମେତ ବିଭିନ୍ନ ଜିଲ୍ଲାର ଅନ୍ୟାନ୍ୟ ଥାନା ଅଞ୍ଚଳରେ ଘଟିଥିବା ଏକାଧୁକ ଛିନତାଇ ଓ ଏନ୍?ଡିପିଏସ୍ ସମ୍ବନ୍ଧୀୟ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ବିଭିନ୍ନ ଥାନାରେ ଯାଞ୍ଚ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନ ଓରଫ ଚନ୍ଦ୍ରଶେଖର ବିଶ୍ୱାଳ (୨୬), ଗ୍ରାମ- ତରତୁଆ, ଥାନା- ଗଡ଼ିଶାଗୋଦା, ଜିଲ୍ଲା- ପୁରୀ, ସାଗର ଓରଫ ଆଲୋକ ନାୟକ (୨୫), ଗ୍ରାମ- ଘୋରଡ଼ିଆ, ଥାନା- ଡେଲାଙ୍ଗ, ଜିଲ୍ଲା- ପୁରୀ.,ରଶ୍ମି ରଞ୍ଜନ ହରିଚନ୍ଦନ ଓରଫ ପିଙ୍କୁ (୨୩), ଗ୍ରାମ- କୁଆପଦା, ଥାନା- ଡେଲାଙ୍ଗ, ଜିଲ୍ଲା- ପୁରୀ,ବେଙ୍ଗ ଓରଫ ସୋନୁ ଓରଫ ସୋମନାଥ ପ୍ରଧାନ (୨୩), ଗ୍ରାମ- ସାତଶଙ୍ଖ, ଥାନା- ପିପିଲି, ଜିଲ୍ଲା- ପୁରୀ । ସେମାନଙ୍କ ଠାରୁ ୧. ୨୬୧ ଗ୍ରାମ ବ୍ରାଉନ୍ ସୁଗାର ପୋଲିସ ଜବତ କରିଛି ।

ଗୋଟିଏ କଳା ରଙ୍ଗର ୧.୭୭ କ୍ୟାଲିବର ପିସ୍ତଲ (ଗୁଳି ବିନା),ଗୋଟିଏ ରୂପେଲି ରଙ୍ଗର ମାରୁତି ସୁଜୁକି ଏର୍ଟିଗା କାର (ଓଡି୦୨ୟୁ୭୨୦୦),ଗୋଟିଏ କଳା-ନୀଳ ରଙ୍ଗର ୟାମାହା ଏଫ ଜେଡ ମୋଟରସାଇକେଲ ( ଓଡି୦୨ଆର୫୯୨୧), ଗୋଟିଏ ଧଳା-ଲାଲ ରଙ୍ଗର ବଜାଜ ପଲସର ମୋଟରସାଇକେଲ ( ଓଡି ୧୩ଏବି୪୯୦୪),୬ଟି ମୋବାଇଲ୍ ଫୋନ୍,ନଗଦ ୬,୦୦୦ ଟଙ୍କା।ପୁରୀ ପୋଲିସ ପକ୍ଷରୁ ନିଶାଦ୍ରବ୍ୟ କାରବାର, ଚୋରା ଚାଲାଣ ଓ ଏହା ସହ ଜଡ଼ିତ ଅପରାଧ୍ୱକ କାର୍ଯ୍ୟକଳାପ ବିରୋଧରେ ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।ଏ ସମ୍ପର୍କରେ ପୁରୀ ଏସପି ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
