ବାରିପଦା; ଆନ୍ତର୍ଜାତିକ ସାମାଜିକ ଅନୁଷ୍ଠାନ ବାରିପଦା ଶାଖା ଇନରହ୍ୱିଲ କ୍ଲବ ଆନୁକୁଲ୍ୟରେ “ଶିଶୁକନ୍ୟା ସୁରକ୍ଷା’ ରାଲି ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ସୁପ୍ରୀତି ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର କଲିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଲି ଉଦଘାଟନ କରିଥିଲେ। ଶତାଧିକ ଛାତ୍ରୀ ବିଭିନ୍ନ ସ୍ଳୋଗାନସହିତ ପ୍ଲାକାର୍ଡ ହାତରେ ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। କ୍ଲବର ସଂପାଦିକା ସଂଯୁକ୍ତା ଚାନ୍ଦ, ପାର୍ବତୀ ବାରିକ, ସଂଯୁକ୍ତା ଦାଶ, ପ୍ରଣତି ଦାସ, ସସ୍ମିତା ଘୋଷାଲ, ଆରତୀ ପଟ୍ଟନାୟକ, ପ୍ରିୟଦର୍ଶିନୀ ପଟ୍ଟନାୟକ, ଦୀପିକା ମହାନ୍ତି, ମମତା ମହାନ୍ତି, ମାନସୀ ସେଠୀ, ସୁଜାତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
