ପୁରୀ: କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଓଡ଼ିଶା କ୍ରୀଡା ମହାକୁମ୍ଭ ସିଏମ ଟ୍ରଫି ପ୍ରଥମ ସଂସ୍କରଣ ପ୍ରତିଭା ଅନେକ ଲକ୍ଷ ଏକ ପଡିଆରୁ ପୋଡିୟମ ଜୋନସ୍ତରୀୟ ଖୋ ଖୋ ଚମ୍ପିୟନସିପ୍ ବୁଧବାର ତୃତୀୟ ଦିବସ ଜୋନ ଫାଇନାଲତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଖୋ ଖୋ ଏକାଡେମୀ ହଲ ପରିସରରେ ଯୋରଦାର ଟକ୍କର ସହ ଆନନ୍ଦ ଉଲ୍ଲାସର ସହଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଭାରତ ଖୋ ଖୋ ଫେଡେରେସନ ଉପସଭାପତି ଓ ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ ପିଲାମାନଙ୍କ ସହ କରମର୍ଦ୍ଦନ କରି କହିଲେ ଓଡ଼ିଶା ସରକାରଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷରେ ୧୫ଟି ଜିଲ୍ଲାର ଗ୍ରାମାଞ୍ଚଳର ପ୍ରତିଭାବାନ କ୍ରୀଡାବିତ ମାନେ ବ୍ଲକରୁ ଆସି ଜିଲ୍ଲାରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟର ନାମ ରଖିବା ସହ ଦେଶର ନାମ ରଖିବାକୁ ପରାମର୍ଶ ଦେଇଥିଲେ । ପିଲାମାନେ ଶୃଙ୍ଖଳିତ ଭାବେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟର ନାମ ରଖିବା ସହ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଖେଳିବା ଦ୍ବାରା ନିଜର ପ୍ରତିଭା ଓ ମା ମାଟିର ନାମ ରଖିପାରିବେ । ମାଟି ରୁ ମ୍ଯାଟ ଓ ପଡିଆରୁ ପୋଡିୟମ ପର୍ଯ୍ୟନ୍ତ ଆସି ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲାର ନାମ ରଖିଛନ୍ତି । ଭଲ ଖେଳିବା ଦ୍ବାରା କ୍ରୀଡାବିତ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଖେଳିବା ଦ୍ବାରା ଶରୀର ସୁନ୍ଦର ଗଠନ ଶୈଳୀ ସୃଷ୍ଟିକରିବ ଓ ମନ ସ୍ଥିର ହେବା ସହ ସୁସ୍ଥ ଶରୀର ରହିବ । ଖୋ ଖୋ ଖେଳରେ କ୍ଯାରିୟର ମଧ୍ଯ ଗଢି ପାରିବେ । ଖେଳାଳୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିଶ୍ଚିତ । ଜିଲ୍ଲା ଓ ରାଜ୍ୟର ନାମ ରଖିବା ସହ ଦେଶର ନାମ ରଖି ଖୋ ଖୋ କୁ ଗୌରବାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ । ଖୋ ଖୋ ମୁଖ୍ଯ ପ୍ରଶିକ୍ଷକ ସଞ୍ଜୀବ ଶର୍ମା ଉପସ୍ଥିତ ରହି କହିଥିଲେ ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭା ବିକାଶ କରି ଆଗାମୀ ଦିନରେ ଖୋ ଖୋ ଓଡ଼ିଶା ଓ ଭାରତର ଦମଦାର ପ୍ରଦର୍ଶନ ପାଇଁ ଯେଉଁ ପ୍ରୟାସ ତାହା ଏକ ଐତିହାସିକ ପଦକ୍ଷେପ । କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ଜୋନ ୨ ବାଳକ ବର୍ଗରେ ଖୋର୍ଦ୍ଧା ୨୫ ପଏଣ୍ଟ ପାଇଥିବା ବେଳେ କଟକ ୩୬ ପଏଣ୍ଟ ପାଇ ବାଜିମାତ ମାରିଥିଲା । ଜୋନ ୩ ବାଳକ ବର୍ଗରେ ବାଲେଶ୍ବର ୨୬ ପଏଣ୍ଟ ପାଇଥିବା ବେଳେ ପୁରୀ ୪୦ ପଏଣ୍ଟ ପାଇ ବିଜୟ ହୋଇଥିଲା । ସେହିପରି ଜୋନ ୨ ବାଳିକା ବର୍ଗରେ ଯାଜପୁର ୦ ପଏଣ୍ଟ ପାଇଥିବା ବେଳେ ଖୋର୍ଦ୍ଧା ୪୫ ପଏଣ୍ଟ ପାଇ ବାଜିମାତ ମାରିଥିଲା । ଜୋନ ୩ରେ ଜଗତସିଂହପୁର ୨୧ ପଏଣ୍ଟ ପାଇଥିବା ବେଳେ ପୁରୀ ୩୬ ପଏଣ୍ଟ ପାଇ ବିଜୟ ହୋଇଥିଲା ।

ସମସ୍ତ ଖେଳାଳୀମାନେ ନିଜ ନିଜର ଭଲ ଖେଳ ପ୍ରଦର୍ଶନ କରିଥିଲେ । ଜୋନ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ୧୪ ବର୍ଷ ରୁ କମ ବାଳକ ଓ ବାଳିକା ଖେଳାଳୀମାନେ ସାମିଲ ହୋଇଥିଲେ। ୧୫ ଟି ଜିଲ୍ଲାରୁ ବାଳକରେ ୩ଶହ ଓ ବାଳିକାରେ ୩ ଶହ ସମୁଦାୟ ୬ ଶହ କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏଠାରେ ୨ ଓ ୩ ନମ୍ବର ଜୋନ ଖେଳ ପ୍ରଦର୍ଶନରେ ୨ ନମ୍ବର ଜୋନରେ କଟକ, ଯାଜପୁର, ବୌଦ୍ଧ, ନୂଆପଡା, ମୟୁରଭଞ୍ଜ, ଖୋର୍ଦ୍ଧା, ସୋନପୁର ଓ ଦେବଗଡ ଜିଲ୍ଲାର ଖୋ ଖୋ କ୍ରୀଡାବିତ ଥିବାବେଳେ ୩ ନମ୍ବର ଜୋନରେ ପୁରୀ, କେନ୍ଦ୍ରାପଡା, କନ୍ଧମାଳ, ଜଗତସିଂହପୁର, ନୟାଗଡ, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାର ବାଳକ ବର୍ଗ ଓ ବାଳିକା ବର୍ଗର କ୍ରୀଡାବିତ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କ୍ରୀଡା ପରିଚାଳନ ପାଇଁ ଟେକ୍ନିକାଲ ଅଫିସର ୨୬ ଜଣ ଥିବାବେଳେ କୋଚ ଓ ମ୍ଯାନେଜର ୩୦ ଜଣ ଉପସ୍ଥିତ ରହି ଖେଳକୁ ଅନୁଧ୍ୟାନ କରିଥିଲେ । ପୂର୍ବାହ୍ନ ଲିଗ ମ୍ଯାଚରେ ଓଡିଶାର ଖୋ ଖୋ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ କ୍ରୀଡାବିତ ମାନଙ୍କ ସହ କରମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡାବିତ ମାନଙ୍କ ଉତ୍ସାହ ଓ ଯୋଶ ସହ ଖୋ ଖୋ ଶଦ୍ଦର ପ୍ରତିଧ୍ବନିରେ ପ୍ରକମ୍ପିତ ହୋଇଥିଲା ଖୋ ଖୋ ଏକାଡେମୀ ପରିସର । କ୍ରୀଡାବିତ ମାନଙ୍କ କରତାଳିରେ ଉତ୍ସାହିତ ହୋଇଥିଲେ ଖେଳାଳୀମାନେ । ଏକାଡେମୀର ଉଜ୍ଜ୍ବଳ ଆଲୋକରେ ଆଲୋକିତ ହୋଇଥିଲା ଖୋ ଖୋ ପୋଡିୟମ ହଲ ପରିସର । ପିଲାମାନଙ୍କ ଖୋ ଖୋ ହୋହଲ୍ଲା ରେ କ୍ରୀଡାବିତ ମାନଙ୍କ ଯୋରଦାର ଟକ୍କର ଦେଖିବାକୁ ମିଳିଥିଲା । ଜୋନ ସ୍ତରୀୟ କ୍ବାଟର ଫାଇନାଲ ମ୍ୟାଚରେ ଜିତିଥିବା ଖେଳାଳୀମାନେ ଜୁନ ୮ ତାରିଖ ସେମି ଫାଇନାଲ ଖେଳିବେ ଏଥିରେ ଯେଉଁ ଖେଳାଳୀମାନେ ଜିତିବେ ସେମାନେ ୧୦ ତାରିଖ ଫାଇନାଲ ମ୍ୟାଚ ଏହି ଇଣ୍ଡୋର ଷ୍ଟାଡିୟମ ଏକାଡେମୀରେ ଖେଳ ଖେଳିବେ । ଖେଳ ପ୍ରଶିକ୍ଷକ ସୂର୍ଯ୍ୟନାରାୟଣ ଜେନା,ଓଡିଶା ଖୋ ଖୋ ଆସୋସିଏସନର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର , ରବିନାରାୟଣ ପ୍ରଧାନ, କ୍ରୀଷ୍ଣା କୁମାରୀ ରାୟ,ଅନ୍ନପୂର୍ଣ୍ଣା ରାଉତ, ଧିରେନ୍ଦ୍ର ଦାସ, ଶଙ୍କର୍ଷଣ ବେହେରା, ଚିନ୍ତାମଣି ପ୍ରଧାନ, ଶାନ୍ତିଲତା ପ୍ରଧାନ, ସୁଶାନ୍ତ ସାହାଣୀ ଓ ଅଧୀର ବରାଳ ପ୍ରମୁଖ ଖୋ ଖୋ ମ୍ଯାଚକୁ ପରିଚାଳନା କରିଥିଲେ । ବହୁ ପ୍ରବନ୍ଧକ, ଟେକ୍ନିକାଲ ଅଫିସର, ଭଲ୍ଯୁଣ୍ଟର, କୋଚ ଓ ମ୍ଯାନେଜର ଖୋ ଖୋ ଖେଳକୁ ସୁପରିଚାଳନାରେ ସହଯୋଗ କରିଥିଲେ । ବହୁ ଖୋ ଖୋ କ୍ରୀଡାପ୍ରେମୀ, ଶୁଭେଚ୍ଛୁ, ଦର୍ଶକ ଓ କ୍ରୀଡାବିତ ମାନେ ଉପସ୍ଥିତ ରହି କରତାଳି ଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡାବିତ ମାନଙ୍କ ପାଇଁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ରହିବା ଖାଇବା ସହ ପାନୀୟଜଳ ଓ ଅନ୍ଯାନ୍ଯ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ କରାଯାଇଥିଲା । ଉତ୍ସାହିତ ଖେଳାଳୀମାନଙ୍କ ଖେଳ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ହୋଇପାରିଛି । ସେମାନଙ୍କ ଉଦ୍ୟମ, ସାହାସ ଓ କ୍ରୀଡା କୌଶଳ ବେଶ ଚମତ୍କାର ହୋଇଥିଲା । ଆନନ୍ଦ ଉଲ୍ଲାସର ସହ ସମସ୍ତ ଜିଲ୍ଲାର ଖୋ ଖୋ କ୍ରୀଡାବିତ ମାନେ ମହାପ୍ରଭୁଙ୍କ ଧାମରୁ ସୁଖଦ ଅନୁଭୂତି ନେଇ ଘରକୁ ଫେରିଛନ୍ତି ।
