ଫୁଲବାଣୀ: ଫୁଲବାଣୀ ମ୍ୟୁନିସିପାଲିଟୀ ଅଧିନସ୍ଥ ୱାର୍ଡ ନଂ ୨ ସ୍ଥିତ ଡାକପାଲା ଡ୍ୟାମ ରେ ଜଣେ ଭାସି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଫୁଲବାଣୀ ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନଂ ୨ ଡାକପାଲା ନିକଟରେ ସାଲୁଙ୍କି ନଈ ପ୍ରବାହିତ ଡ୍ୟାମ ରେ ସ୍କୁଟିରେ ଦୁଇଜଣ କେନ୍ଦୁ ପତ୍ର ବିଭାଗ କର୍ମ ଚାରି ଶ୍ରୀକାନ୍ତ ବେହେରା ଓ ରାନ୍ଧୁଣିଆ ପ୍ରମୋଦ ବେହେରା କୌଣସି କାମରେ ଡାକପାଲା ଗାଁ ରୁ ଡ୍ୟାମ ଦେଇ ଆସୁଥିବା ବେଳେ ନଦୀରେ ଖସି ପଡ଼ିଥିଲେ। ଅଞ୍ଚଳ ବାସୀ ଆସି ଡ୍ୟାମ ରୁ ଶ୍ରୀକାନ୍ତ ବେହେରା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାହାରକୁ ଆଣିଥିଲେ।ଅନ୍ୟ ବ୍ୟକ୍ତି ରାନ୍ଧୁଣିଆ ପ୍ରମୋଦ ବେହେରା ଭାସି ଯାଇଥିଲା। ସକାଳୁ ଅଗ୍ନିଶମ ବାହିନୀ ଦିନ ତମାମ ଖୋଜା ଖୋଜି କରିଥିଲେ। କିନ୍ତୁ ସେହି ବ୍ୟକ୍ତି ଙ୍କ ପତା ମିଳିନାହିଁ । ଫୁଲବାଣୀ ଉପଜିଲ୍ଲାପାଳ ଭିକାରି ସାହୁ, ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶନୀ, ଫାୟାର ଅଫିସର ଜିତେନ୍ଦ୍ର ବିଶ୍ୱାଳ, ଆର ଟି ଓ ମିଲି ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।
