ପୁରୀ: ଦୋଳମଣ୍ଡପ ସାହିସ୍ଥିତ ସାଇସ୍ମୃତି ଲଜ୍ରେ ଥିବା ଜଣେ ପୁରୁଷ ଓ ଜଣେ ମହିଳା ବିଷପାନ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ କ୍ଷ ଖବର ପାଇ ପିସିଆର ପୁଲିସ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କ୍ଷ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା କ୍ଷ ଉଭୟଙ୍କ ପରିଚୟ ବାଲେଶ୍ୱର ଜିଲ୍ଲା ମାର୍କୋଣାର ସପନ କୁମାର ସାହୁ (୪୦) ଓ ଭଦ୍ରକ ବାସୁଦେବପୁରର ରାଜେଶ୍ୱରୀ ବେହେରା (୨୩) ବୋଲି ସୂଚନା ମିଳିଛିକ୍ଷ ଉଭୟ ସ୍ୱାମୀ ସ୍ତ୍ରୀ କି ଅନ୍ୟ କୌଣସି ସମ୍ପର୍କୀୟ ତାହା ସନ୍ଦେହ ରହିଛି କ୍ଷ ଉଭୟ ଏବେ ଚିକିତ୍ସାଧୀନ ଅଛନ୍ତି କ୍ଷ ଉଭୟ ଆସି ଲଜରେ ରହିଥିଲେ କ୍ଷ କୌଣସି କାରଣ ନେଇ ଆଜି ସକାଳେ ବିଷପାନ କରିଥିଲେ କ୍ଷ କଣ ପାଇଁ ବିଷପାନ କଲେ ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
