ପୁରୀ: ପବିତ୍ରକ୍ଷେତ୍ର ଶ୍ରୀକ୍ଷେତ୍ର । ଶ୍ରୀଜଗନ୍ନାଥଙ୍କ ଧାମ ମାଟିରେ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଓଡ଼ିଶା କ୍ରୀଡା ମହାକୁମ୍ଭ ସିଏମ ଟ୍ରଫି ପ୍ରଥମ ସଂସ୍କରଣ ପ୍ରତିଭା ଅନେକ ଲକ୍ଷ ଏକ ପଡିଆରୁ ପୋଡିୟମ ଜୋନସ୍ତରୀୟ ଖୋ ଖୋ ଚମ୍ପିୟନସିପ୍ ସୋମବାର ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ପୁରୀ ମହାନଗର ନିଗମ ଯୁଗ୍ମ କମିଶନର ଅଭିମନ୍ଯୁ ବେହେରା ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ଓଡ଼ିଶା ସରକାରଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷରେ ପୁରୀଜିଲ୍ଲାର ଗ୍ରାମାଞ୍ଚଳର ପ୍ରତିଭାବାନ କ୍ରୀଡାବିତ ମାନେ ବ୍ଲକରୁ ଆସି ଜିଲ୍ଲାରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟର ନାମ ରଖିବା ସହ ଦେଶର ନାମ ରଖିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ କହିଲେ ପିଲାମାନେ ଶୃଙ୍ଖଳିତ ଭାବେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟର ନାମ ରଖିବା ସହ ନିଜର ପରିଚୟ ସୃଷ୍ଟି କରିପାରିବେ । ଖେଳିବା ଦ୍ୱାରା ନିଜର ପ୍ରତିଭା ଓ ମା ମାଟିର ନାମ ରଖିପାରିବେ । ଭାରତ ଖୋ ଖୋ ଫେଡେରେସନ ଉପସଭାପତି ଓ ରାଜ୍ଯ ଖୋ ଖୋ ଫେଡେରେସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିବା ସହ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଡୋରିରେ ପିଲାମାନେ ପୁରୀଧାମ ମାଟିରେ ଖେଳ ପ୍ରଦର୍ଶନ କରୁଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ତୁମମାନଙ୍କ ଉପରେ ରହିଛି ।

ଗାଁ ଗହଳିର ପିଲାମାନେ ଖେଳ ପ୍ରଦର୍ଶନ କରି ଏବେ ଦେଶର ନାମ ରଖିଛନ୍ତି । ଭଲ ଖେଳିବା ଦ୍ୱାରା କ୍ରୀଡାବିତ ନିଜର ପରିଚୟ ସୃଷ୍ଟି କରିପାରିବେ । ଗାଁ ଖେଳ ପଡିଆରୁ ଜିଲାର ପୋଡିୟମ ପର୍ଯ୍ୟନ୍ତ ଆସି ପାରିଛନ୍ତି । ଖେଳିବା ଦ୍ୱାରା ଶରୀର ସୁନ୍ଦର ଗଠନ ଶୈଳୀ ସୃଷ୍ଟିକରିବ ଓ ମନ ସ୍ଥିର ହେବା ସହ ସୁସ୍ଥ ଶରୀର ରହିବ । ଖୋ ଖୋ ଖେଳରେ କ୍ଯାରିୟର ଗଢି ପାରିବେ । ଖେଳାଳୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ । ଜିଲ୍ଲା ଓ ରାଜ୍ୟର ନାମ ରଖିବା ସହ ଦେଶର ନାମ ରଖି ଖୋ ଖୋ କୁ ଗୌରବାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ପବିତ୍ର ମାଟି ଜଗନ୍ନାଥ ଧାମରେ ଯେଉଁ ଖେଳାଳୀମାନଙ୍କ ପାଦ ପଡିଛି ସେମାନେ ଆଜି ଭାରତର ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ କ୍ରୀଡାବିତ ମାନଙ୍କ ପ୍ରତିଭାର ବିକାଶ ନିଶ୍ଚିତ ପୂରଣ ହେବ ବୋଲି ଶ୍ରୀମିଶ୍ର ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ , ଓଡିଶା ଅଲିମ୍ପିକ ଆସୋସିଏସନର କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ ଓ ଖୋ ଖୋ ମୁଖ୍ଯ ପ୍ରଶିକ୍ଷକ ସଞ୍ଜୀବ ଶର୍ମା ଉପସ୍ଥିତ ରହି କହିଥିଲେ ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭା ବିକାଶ କରି ଆଗାମୀ ଦିନରେ ଖୋ ଖୋ ଓଡ଼ିଶା ଓ ଭାରତର ଦମଦାର ପ୍ରଦର୍ଶନ ପାଇଁ ଯେଉଁ ପ୍ରୟାସ ତାହା ଏକ ଐତିହାସିକ ପଦକ୍ଷେପ । କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇଥିଲା । ଏହି ଜୋନ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ୧୪ ବର୍ଷ ରୁ କମ ବାଳକ ଓ ବାଳିକା ଖେଳାଳୀମାନେ ସାମିଲ ହୋଇଛନ୍ତି । ୧୫ ଟି ଜିଲ୍ଲାରୁ ବାଳକରେ ୩ଶହ ଓ ବାଳିକାରେ ୩ ଶହ ସମୁଦାୟ ୬ ଶହ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ଏଠାରେ ୨ ଓ ୩ ନମ୍ବର ଜୋନ ଖେଳ ପ୍ରଦର୍ଶନରେ ୨ ନମ୍ବର ଜୋନରେ କଟକ, ଯାଜପୁର, ବୌଦ୍ଧ, ନୂଆପଡା, ମୟୁରଭଞ୍ଜ, ଖୋର୍ଦ୍ଧା, ସୋନପୁର ଓ ଦେବଗଡ ଜିଲ୍ଲାର ଖୋ ଖୋ କ୍ରୀଡାବିତ ଥିବାବେଳେ ୩ ନମ୍ବର ଜୋନରେ ପୁରୀ, କେନ୍ଦ୍ରାପଡା, କନ୍ଧମାଳ, ଜଗତସିଂହପୁର, ନୟାଗଡ, ଭଦ୍ରକ, ଓ ବାଲେଶ୍ୱର ଜିଲ୍ଲାର କ୍ରୀଡାବିତ ମାନେ ଅଂଶଗ୍ରହଣ କରିଛନ୍ତି । କ୍ରୀଡା ପରିଚାଳନ ପାଇଁ ୨୬ ଜଣ ବୈଷୟିକ ଅଧିକାରୀ ଓ ୬୦ ଜଣ କୋଚ ଓ ମ୍ଯାନେଜର ଖେଳ ପ୍ରଦର୍ଶନରେ ଉପସ୍ଥିତ ରହି ତଦାରଖ କରୁଛନ୍ତି । ପୂର୍ବାହ୍ନରେ ଓଡିଶାର ଖୋ ଖୋ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ ଖୋ ଖୋ ପିଚ୍ ର ଭୂମିପୂଜନ ଓ ପୁଷ୍ପ ପ୍ରଦାନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରିଥିଲେ ।ଜୁନ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଖୋ ଖୋ ଖେଳ ଅନୁଷ୍ଠିତ ହୋଇଥିବାବେଳେ ଜୁନ ୮ ତାରିଖ ସେମି ଫାଇନାଲ ଓ ୧୦ ତାରିଖ ଫାଇନାଲ ମ୍ୟାଚ ଏହି ଇଣ୍ଡୋର ଷ୍ଟାଡିୟମ ଏକାଡେମୀରେ ଅନୁଷ୍ଠିତ ହେବ । ସୂର୍ଯ୍ୟନାରାୟଣ ଜେନା, ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର , ରବିନାରାୟଣ ପ୍ରଧାନ, କ୍ରୀଷ୍ଣା କୁମାରୀ ରାୟ,ଅନ୍ନପୂର୍ଣ୍ଣା ରାଉତ, ଧିରେନ୍ଦ୍ର ଦାସଙ୍କ ସମେତ ବହୁ ପ୍ରବନ୍ଧକ, ଟେକ୍ନିକାଲ ଅଫିସର, ଭଲ୍ଯୁଣ୍ଟର, କୋଚ ଓ ମ୍ଯାନେଜର ଖୋ ଖୋ ଖେଳକୁ ପରିଚାଳନା କରିଛନ୍ତି । ବହୁ ଖୋ ଖୋ କ୍ରୀଡାପ୍ରେମୀ, ଶୁଭେଚ୍ଛୁ, ଦର୍ଶକ ଓ କ୍ରୀଡାବିତ ମାନେ ଉପସ୍ଥିତ ରହି କରତାଳି ଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡାବିତ ମାନଙ୍କ ପାଇଁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ରହିବା ଖାଇବା ସହ ପାନୀୟଜଳ ଓ ଅନ୍ଯାନ୍ଯ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ କରିଯାଇଛି । ଉତ୍ସାହିତ ଖେଳାଳୀମାନଙ୍କ ଖେଳ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ହୋଇପାରିଛି । ସେମାନଙ୍କ ଉଦ୍ୟମ, ସାହାସ ଓ କ୍ରୀଡା କୌଶଳ ବେଶ ଚମତ୍କାର ହୋଇଛି ।
