କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଳକ, କୁହୁଣ୍ଡା ପଞ୍ଚାୟତ ଅଧିନ କଲ୍ୟାଣପୁର ଗ୍ରାମର ମହିଳା ପ୍ରିତିଛନ୍ଦା କୈବଲ୍ୟ ନାୟକ ହେଲେ କଟକ ଜିଲ୍ଲା ମହିଳା କଂଗ୍ରେସ ସଭାପତି । ପୁର୍ବରୁ ସେ ଜିଲ୍ଲା ମହିଳା କଂଗ୍ରେସ ଓ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ର ସାଧାରଣ ସମ୍ପାଦିକା ଭାବେ କାର୍ଯ୍ୟ କରିଛନ୍ତି । ଯୋଗ୍ୟତା ଆଧାରରେ ସର୍ବ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲମ୍ବା ଏହି ନିଯୁକ୍ତି ଦେଇଥିବା ସୂଚନା ମିଳିଛି । ନିଯୁକ୍ତି ସୁଚନା ପରେ କଟକ ଜିଲା କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହର ଖେଳିଯାଇଛି । କଟକ ପୋତା ପୋଖରୀ ଅଞ୍ଚଳରେ ରହୁଥିବା ପ୍ରୀତିଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିଯୁକ୍ତି ପାଇଁ ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ସଭାପତି, ରାଜ୍ୟ ମହିଳା କଂଗ୍ରେସ ସଭାପତି ଓ ସର୍ବୋପରେ ଜାତୀୟ ମହିଳା କଂଗ୍ରେସ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରୀତି।
