ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ନାମରେ ସାଂଘାତିକ ଅଭିଯୋଗ । ଥାନାରେ ଅଟକ ରଖିଥିବା ଯୁବକ କୁ ପିଟି ପିଟି ହତ୍ୟା ଅଭିଯୋଗ। ମୃତ ଯୁବକଙ୍କ ହେଲେ ସୁବୁଳିଆ ଗାଁ ର ସୁଶାନ୍ତ ସାହୁ । ସୂଚନା ଅନୁସାରେ ସୁଶାନ୍ତ ସାହୁ ସୁବୁଳିଆ ର ଏକ ପଥର ଖାଦାନ ରେ କାମ କରୁଥିଲେ। ସେଠାରେ କିଛି ଝଗଡା ହୋଇଥିଲା ।ଗତ ୨୫ ତାରିଖ ଦିନ ଘଟଣା ରେ କବିସୂର୍ଯ୍ୟନଗର ପୋଲିସ ସୁଶାନ୍ତ ସହ ଅନ୍ୟ ଜଣକୁ ଉଠେଇ ଆଣିଥିଲେ ।ହେଲେ ସୁଶାନ୍ତକୁ ଗତ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ଥାନାରେ ଅଟକ ରଖି ତଦନ୍ତ ଆଳରେ ନିସ୍ତୁକ ମାଡ଼ ମାରିବା ସହ ଦେହରେ ଗରମ ପାଣି ଢାଳି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।ଗତ କାଲି ପୋଲିସ ସୁଶାନ୍ତକୁ ପରିବାର ଲୋକକୁ ହସ୍ତାନ୍ତର କରିଥିବା ବେଳେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା ଗୁରୁତର ସୁଶାନ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ନ୍ୟାୟ ଦାବିରେ ପରିବାର ଲୋକେ ଥାନା ଆଗରେ ବସିଛନ୍ତି, ଏହାକୁ ନେଇ ଗଞ୍ଜାମ ଏସପି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ସକ୍ଟ୍ରଗ୍ଦ ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି କରାଯାଇଥିବା ବେଳେ କବିସୂର୍ଯ୍ୟନଗର ଥାନା ଏସଆଇ ସମୀର ରାଉତ, ବାଲିଛାଇ ଏଏସଆଇ ବୈକୁଣ୍ଠ ଜେନା, କନେଷ୍ଠବଳ ସୁମନ ସାହୁ ଓ ଡ୍ରାଇଭର କୃଷ୍ଣ ପ୍ରଧାନ ଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି,
