ବାରିପଦା: ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା,ହାତିଗୋଡା ଗ୍ରାମ ପଞ୍ଚାୟତ କାଳିଆଜିଆଣୀ ଗାଁ ର ଜଣେ ବୃଦ୍ଧ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବାର ଜଣାଯାଇଛି । ମୃତକ ଜଣକ ହେଲେ କାଳିଆଜିଆଣୀ ଗ୍ରାମର ଗୁନା ସାମାଡ (୬୧)। ସୋମବାର ଦିନ ପୂର୍ବାହ୍ନରେ ଗୁନା ଗାଁ ପାଖ ଧାନବିଲ ମଝିରେ ଥିବା ଖାଲରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛି।ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ବିଲକୁ ଯାଇ ଗୁନା ଖାଲରେ ମରି ଭାସୁଛି। ପରିବାର ଲୋକେ ଠାକୁରମୁଣ୍ଡା ଥାନା ପୁଲିସ ଓ ହାତିଗୋଡା ସରପଞ୍ଚ ଦସମା ସୟଙ୍କୁ ଜଣାଇଥିଲେ। ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଦମକଳ ବାହିନୀକୁ ଡ଼ାକି ଶବ ଉଦ୍ଧାର କରିଛନ୍ତି । ମୃତ ଗୁନାଙ୍କ ପୁତ୍ର ପ୍ରଧାନ ସାମାଡ ଙ୍କ ଅଭିଯୋଗ କ୍ରମେ ଠାକୁରମୁଣ୍ଡା ଥାନା ଏସ ଆଇ ରିତାଞ୍ଜଳି ଦାସ କେଶ ନଂ ୬/୨୬ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଅଧିକ ତଦନ୍ତ କରୁଥିବାର ପ୍ରକାଶ ।
