ପୁରୀ: ଜିଲାର ପେସାଦାର ଅପରାଧୀଙ୍କୁ ବନ୍ଧୁକ ଚାଲାଣ କରୁଥିବା ଜଣେ ପୁରୁଖା ଅପରାଧୀକୁ ଟାଉନଥାନା ପୁଲିସ ଗିରଫ କରିଛି। ପୂର୍ବରୁ ପୁରୀ ସହରରେ ବନ୍ଧୁକ କାରବାର ଚଳାଉଥିବା ରାକେଟର ୨ ଜଣ ସଦସ୍ୟକୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଟାଉନଥାନା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି। ସହରରେ ସଙ୍ଗଠିତ ଅପରାଧ ଓ ସମୁଦ୍ରକୂଳ ଅଞ୍ଚଳରେ ଥ?ିବା ହୋଟେଲରୁ ଦାଦାବଟି ଆଦାୟ ପାଇଁ ବନ୍ଧୁକ ବ୍ୟବହାର ହେଉଛି। ଜିଲାରେ ବନ୍ଧୁକ କାରବାର ରାକେଟର ମୁଖ୍ୟ କୁହାଯାଉଥ?ିବା ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପରେ ଅନ୍ୟ କେତେକ ପେସା ସାଦାର ଅପରାଧୀଙ୍କ ସମ୍ପୃକ୍ତି ପୁଲିସ ଅନୁମାନ କରୁଛି। ଛି। ଗିରଫ ଅଭିଯୁକ୍ତ ଟାଉନଥାନା ଅନ୍ତର୍ଗତ ଲୋକନାଥ ରୋଡ ଷଣ୍ଢ ଯାଗା ନିକଟରେ ରହୁଥ?ିବା ସଦଟ ସଦର ଥାନା ସ୍ଥିତ ବୀର ହରେକୃଷ୍ଣପୁର ରାହାଙ୍ଗିଆର । କାଳିଆ ଓରଫ କୃଷ୍ଣଚନ୍ଦ୍ର ପଲେଇ। ତା ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧି ମାମଲା ରହିଛି। ଗତ ଫେବୃୟାରୀ ୮ ରାତିରେ ବାରବାଟୀ ଯାଗା ନିକଟସ୍ଥ ପୁରୁଣା ଗାଡ଼ି ରହଣି ସ୍ଥଳରେ ହରଚଣ୍ଡୀ ସାହି ଲୋକନାଥ ରୋଡର ଜୁଲୁ ଓରଫ ଜ୍ଞାନେନ୍ଦ୍ର ମାଣିଆ । ଦେଶୀ ବନ୍ଧୁକ ଧରି ବିକ୍ରି କରିବାକୁ ଅପେକ୍ଷା କରିଥିଲା। ଖବର ପାଇ ପୁଲିସ ଦଳ ଅତର୍କିତ ଚଢ଼ାଉ କରି ଜୁଲୁକୁ କାବୁ କରିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ଗୁଳି ସହ ଦେଶୀ ବନ୍ଧୁକ ଜବତ ହୋଇଥିଲା। ଅଭିଯୁକ୍ତକୁ ଥାନାରେ ଅଟକ ରଖ୍ ପଚରାଉଚରା ବେଳେ ସେ ହରଚଣ୍ଡୀ ସାହି ନାଗାମଠ ଲେନର କୁନା ଓରଫ ଶିବାନୀ ଶଙ୍କର ମହାପାତ୍ର ଠାରୁ ବନ୍ଧୁକ ଆଣିଥିବା କହିଥିଲା। ଜୁଲୁର ତଥ୍ୟକୁ ଆଧାର କରି ପୁଲିସ ଚଢ଼ାଉ କରି ବନ୍ଧୁକ ଯୋଗାଣକାରୀ କୁନାକୁ ଗିରଫ କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ପୁରୀ ସହରକୁ କାଳିଆ ଓରଫ କୃଷ୍ଣଚନ୍ଦ୍ର ପଲେଇ ବେଆଇନ ବନ୍ଧୁକ ଯୋଗାଉଥିଲା ଓ କୁନା ୫୦ ହଜାର ଟଙ୍କାରେ ତା’ଠାରୁ ବନ୍ଧୁକ କିଣିଥିଲା। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଗୋଟିଏ ଲାପଟପ ସହ କମ୍ପୁଟର ସାମଗ୍ରୀ, ୨ଟି ମୋବାଇଲ ଫୋନ ଓ ୧୫୦୦ ଟଙ୍କା ଜବ ଜବତ କରି ଫେବୃଆରୀ ୯ରେ ୨ ଜଣଙ୍କୁ ଅଦାଲତ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ କାଳିଆ ଫେରାର ହୋଇଯାଇଥିଲା । ଶନିବାର ଟାଉନ ଥାନା ପୁଲିସ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ କାଳିଆକୁ ଗିରଫ କରି ଅଦାଲତ ଚାଲାଣ କରିଛି।
