ପୁରୀ: ପୁରୀଜିଲ୍ଲା ସଫ୍ଟବଲ ଆସୋସିଏସନ ପକ୍ଷରୁ ଭୁବନେଶ୍ୱର ଓ ପୁରୀ ସଫ୍ଟବଲ ଖେଳାଳୀମାନଙ୍କ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ତାଳବଣିଆ ଆଇଆଇସି ଅଭିନବ ମିଶ୍ର ଓ ଝାଡେଶ୍ୱରୀ କ୍ଲବର କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଥ ମହାପାତ୍ର ଯୋଗଦେଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ସଫ୍ଟବଲ ଖେଳାଳୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଜିଲ୍ଲାର ନାମ ରଖିବା ସହ ଦେଶର ନାମ ରଖିବାକୁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ରୁ୨୫ ଜଣ ପିଲା ଆସିଥିବା ବେଳେ ୧୫ ଜଣ ପର୍ଯାୟକ୍ରମେ ଖେଳ ପ୍ରଦର୍ଶନ କରିଥିଲେ । ସେହିପରି ପୁରୀର ୭୦ ଜଣ ସଫ୍ଟବଲ କ୍ରୀଡାବିତି ଯୋଗଦେଇ ସେମାନଙ୍କ ସଫ୍ଟବଲ ଖେଳ ପ୍ରଦର୍ଶନ କରିଥିଲେ । ପୁରୀ କ୍ୟାପଟେନ ଅଶୋକ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଖେଳ ପରିଚାଳିତ ହୋଇଥିବା ବେଳେ ଭୁବନେଶ୍ୱର କ୍ୟାପଟେନ ଚିନ୍ମୟ ପଟ୍ଟନାୟକଙ୍କ ସୁପରିଚାଳନାରେ ଖେଳ ପ୍ରଦର୍ଶନ ହୋଇଥିଲା ।ଏଥିରେ ପୁରୀଜିଲ୍ଲା ସଫ୍ଟବଲ ଆସୋସିଏସନର ସଭାପତି ଅରବିନ୍ଦ ଦାସ ଯୋଗଦେଇ କହିଲେ ଖେଳାଳୀମାନଙ୍କ ମନବଳ ଦୃଢ ସହ ସେମାନଙ୍କ କ୍ଯାରିୟର ଆଗକୁ ଯାଉ । ସରକାରଙ୍କ ପ୍ରୋତ୍ସାହନ ମିଳିଲେ ଖେଳାଳୀମାନେ ବହୁତ ଆଗକୁ ମଧ୍ଯ ଯାଇପାରିବେ । ଏହି ସଫ୍ଟବଲ ଖେଳରୁ ପିଲାମାନେ ରାଜ୍ଯ ସମେତ ଦେଶରେ ଖେଳ ପ୍ରଦର୍ଶନ କରି କ୍ଯାରିୟର ଗଢିଛନ୍ତି ଏବଂ ଆଗକୁ ବଢିଛନ୍ତି । ଆସୋସିଏସନର ସମ୍ପାଦକ ରଞ୍ଜନ କୁମାର ରଥ,କୋଷାଧ୍ୟକ୍ଷ ବିରଞ୍ଚିନାରାୟଣ ପଟ୍ଟନାୟକ,ଆର.ଲକ୍ଷ୍ମଣ ଆଚାରୀ, ରାଜେନ୍ଦ୍ର ନାୟକ, ନିରଞ୍ଜନ ବିଶ୍ୱାଳ, ରେଖା ମାନସିଂହ, ସଞ୍ଜୀବ ରେଡ୍ଡୀ, ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଖେଳକୁ ସୁପରିଚାଳନା କରିଥିଲେ । କ୍ରୀଡାବିତି ମାନଙ୍କ ସହିତ ହାତ ମିଳାଇ ସେମାନଙ୍କୁ ଉତ୍ସାହିତ କରି ପ୍ରଶଂସା କରିଥିଲେ ଆସୋସିଏସନର କର୍ମକର୍ତ୍ତା ମାନେ । ସଫ୍ଟବଲ ଖେଳାଳୀମାନେ ବନ୍ଧୁତ୍ୱପୂର୍ଣ୍ଣ ମ୍ଯାଚରେ ନିଜ ନିଜର ଖେଳ ଭଲ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ୪ ପଏଣ୍ଟ ପାଇ ବିଜୟ ହୋଇଥିବାବେଳେ ପୁରୀ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା ।
