ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଲୱେ ସାଇଡ଼ିଂ ଅଞ୍ଚଳରେ ଚୋରା ଲୁହାପଥର ଚାଲାଣ ବେଳେ ପୋଲିସ ର ଅତର୍କିତ ଚଢ଼ାଉ , ଲକ୍ଷାଧିକ ଟଙ୍କାର ଚୋରା ଲୁହାପଥର ଓ ହାଇୱ।ଜବତ । ଏଥି ସହିତ ଏହି ଚୋରା କାରବାର ରେ ବ୍ୟବହୃତ ଏକ ଲୋଡର କୁ ବାମେବାରୀ ପୋଲିସ ଜବତ କରିଛି ।ନୟାଗଡ଼ ଅଞ୍ଚଳ ଲୁହା ପଥର ଚୋରା କାରବାର ର ପେଣ୍ଠସ୍ଥଳୀ ପାଲଟିଛି ।

ଏହି ଅଞ୍ଚଳରୁ କେତେବେଳେ ଜବତ ହୋଇଥିବା ଗଛିତ ଲୁହାପଥର ତ କେତେବେଳ ରେଳ ସାଇଡ଼ିଂ ଓ ସଂରକ୍ଷିତ ଜଙ୍ଗଲ ରୁ ଲୁହାପଥର ଚୋରି ହେଉଛି। ଆଜି ପୋଲିସ୍ ଚୋରାରେ ଉନ୍ନତ ମାନର ଲୁହାପଥର ବୋଝେଇ କରୁଥିବା ବେଳେ ଖବର ପାଇ ପୋଲିସ ଚଢାଉ କରି ଏହି ଲୁହାପଥର ବୋଝେଇ ହାଇୱ। ସମେତ ଏଥିରେ ବ୍ୟବହୃତ ଲୋଡର ମେସିନ କୁ ଜବତ କରିଛି ପୋଲିସ୍ । ଯାହା ଜଣା ପଡୁଛି ବାମେବାରୀ ପୋଲିସ ଏବେ ଆକ୍ସନ୍ ମୁଡ଼ ରେ।
