ଟାଙ୍ଗୀ ଚୌଦ୍ୱାର: ପ୍ରେମ କରି ବିବାହ କରିଥିଲା କିନ୍ତୁ ପ୍ରେମ ବେଶୀ ଦିନ ତିଷ୍ଠି ରହିଲା ପାରିଲା ନାହିଁ। ଶେଷରେ ତଣ୍ଟିଚିପି ମାରି ପୋତିଦେଲା ସ୍ୱାମୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଭଟିମୁଣ୍ଡା ଗ୍ରାମରେ। ଭଟିମୁଣ୍ଡା ଗ୍ରାମର ମଳୟ ସାମଲ ୨୦୧୯ ମସିହାରେ ବାଲିକୁଦା ଥାନା ଅଞ୍ଚଳ ବରମା ଗ୍ରାମରେ ବନିତା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲା । ଦୁହେଁ ବାଲିକୁଦା ଅଞ୍ଚଳରେ ରହୁଥିବା ବେଳେ ଗତ ଦୁଇ ବର୍ଷ ହେବ ସେମାନେ ଗାଁକୁ ଆସିଥିଲେ । ବନିତା ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ କାମ କରୁଥିଲା ବେଳେ ମଳୟ ରାଜମିସ୍ତ୍ରୀ କାମ କରେ । ମାତ୍ର ପାରିବାରିକ କଳହରୁ ଦୁହିଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା । ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବନିତା ଘରକୁ ନ ଫେରିବାରୁ ବନିତାର ସମ୍ପର୍କୀୟ ବନିତାର ବାପଘର ଲୋକଙ୍କୁ ଜଣାଇଥିଲେ । ଏନେଇ ବାପାଘର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କଲା ପରେ ଟାଙ୍ଗୀ ପୋଲିସ ବନିତାର ସ୍ୱାମୀ ମଳୟକୁ ଧରି ପଚରା ଉଚରା କରିବା ପରେ ସେ ସତ୍ ମାନିଥିଲା । କହିଥିଲା ତାକୁ ମାରି ବସ୍ତାରେ ଭର୍ତ୍ତି କରି ମେଣ୍ଢାଖାଇ ନଦୀ କୂଳରେ ପୋତି ଦେଇଛି । ଯାହାକୁ ନେଇ ପୋଲିସ ତାକୁ ଘଟଣା ସ୍ଥଳକୁ ଆଣି ଜାଗା ଚିହ୍ନଟ କରିବା ପରେ ପରିବାର ଲୋକ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହିଳାଙ୍କ ଶବ ଖୋଳି ଉଦ୍ଧାର କରିବା ସହିତ ସାଇଣ୍ଟିଭିକଟିମ୍ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡ଼ିକାଲକୁ ପଠାଇଛି । ଏନେଇ ପୋଲିସ ମଳୟକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।
