ପୁରୀ: ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋ ତାଲିକାରେ ରଥଯାତ୍ରା ରହିବା ନେଇ ଆରମ୍ଭ ହୋଇଛି ପକ୍ରିୟା। ପୂର୍ବରୁ ଚିଠି ଦିଆଯାଇଥିବା ବେଳେ ଚଳିତ ବର୍ଷ ଏନେଇ ୟୁନେସ୍କୋକୁ ପଠାଯାଇଛି ରଥଯାତ୍ରାର ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ଚିତ୍ର। ୟୁନେସ୍କୋକୁ ପୁରୀ ରଥଯାତ୍ରା ସାଂସ୍କୃତିକ ଐତିହ୍ୟ ବା ଇନଟାଞ୍ଜିବଲ୍? ହେରିଟେଜ୍? ମାନ୍ୟତା ପାଇଁ ନାମାଙ୍କନ ଦାଖଲ ସରିଛି। ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବ। ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗ ଜରିଆରେ ୟୁନେସ୍କୋକୁ ଚିଠି ଲେଖିଛି। ଆଉ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ସେପଟେ ଶେଷ ହୋଇଛି ନାମାଙ୍କନ ଦାଖଲ। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ପ୍ରଶାସନ ନାମାଙ୍କନ ପତ୍ର ଦାଖଲ କରିଛି। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା, ଅଣସର, ରଥଯାତ୍ରା ଓ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ସମସ୍ତ ନୀତିକାନ୍ତି ସହ ଭିଡିଓ ଫୁଟେଜ ମଧ୍ୟ ଦାଖଲ କରାଯାଇଛି। ସେପଟେ ଆସନ୍ତା ନଭେମ୍ବରରେ ପ୍ୟାରିସରେ ବସିବାକୁ ଥିବା ୟୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଙ୍ଗ ଅପେକ୍ଷା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ପ୍ରୟାସ ବେଶ ସ୍ୱାଗତଯୋଗ୍ୟ। ସେପଟେ ଶ୍ରୀମନ୍ଦିର ପରମ୍ପରା ସର୍ବ ପୁରାତନ। ଏହି ରଥଯାତ୍ରାର ସ୍ୱତନ୍ତ୍ରତା ରହୁଥିବାରୁ ପିଢ଼ି ପରେ ପିଢ଼ି ଧରି ସେବାୟତମାନେ ଏହାକୁ ବଜାୟ ରଖିଛନ୍ତି। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏଥିରେ ସାମିଲ ହୋଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଥାନ୍ତି। ତେଣୁ ଏହାକୁ ଜାତୀୟ ପର୍ବ ଭାବେ ମାନ୍ୟତା ମିଳିବାର ଆବଶ୍ୟକତା ରହିଛି। ତେବେ ହଜାର ହଜାର ବର୍ଷର ଶ୍ରୀମନ୍ଦିର ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଚାଲି ଆସିଥିବା ରଥଯାତ୍ରାକୁ ଖୁବ୍?ଶୀଘ୍ର ୟୁନେସ୍କୋ ମାନ୍ୟତା ମିଳିବା ଦରକାର ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।ବିଶ୍ୱରେ ୪୦ରୁ ଅଧିକ ପର୍ବକୁ ୟୁନେସ୍କୋ ମାନ୍ୟତା ଦେଇଥିବା ବେଳେ ଭାରତର କେବଳ ଦୁଇଟି ପର୍ବକୁ ମାନ୍ୟତା ମିଳିଛି। ଆଉ ଏହି ତାଲିକାରେ ଆଗକୁ ଯୋଡ଼ି ହେବାକୁ ଯାଉଛି ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।
