ପୁରୀ: ରାୟଗଡାରେ ଆୟୋଜିତ ସପ୍ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ “ଯୋଗାସନ ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶା” ପକ୍ଷରୁ ସମଗ୍ର ଓଡ଼ିଶାର ୨୦ଟି ଜିଲ୍ଲାର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ପତିଭାମାନେ ଅସାଧାରଣ ସଫଳତା ହାସଲ କରି ୩୦ଟି ସ୍ୱର୍ଣ୍ଣ ପଦକ ଜିତି “ଚ୍ୟାମ୍ପିଅନ୍” ହୋଇ ସୁନାମ ଅର୍ଜନ କରିଛନ୍ତି।ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ପ୍ରଥମ ରନର୍ସ-ଅପ୍ ଏବଂ ରାୟଗଡା ଜିଲ୍ଲା ଦ୍ୱିତୀୟ ରନର୍ସ-ଅପ୍ ହୋଇଥିଲା। ଆଜି ପୁରୀ ଜିଲ୍ଲାର ଏହି ସଫଳ ଯୋଗାସନ ଖେଳାଳିମାନେ ପୁରୀ ଏସପି ପ୍ରତୀକ ସିଂଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଯୋଗ ଉପରେ ଓ ରାୟଗଡାର ଅନୁଭୂତି ଜଣାଇଥିଲେ ଏହା ଆକର୍ଷିତ କରିଥିଲା ଏବଂ ଏକ ସୁସ୍ଥ ଓ ସକାରାତ୍ମକ ପରିବେଶ ସୃଷ୍ଟି କରିଥିଲା। ଏସ୍ପି ପୁରୀଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ସେମାନଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ। ପୁରୀ ଜିଲ୍ଲାର ନାମକୁ ସମଗ୍ର ଓଡ଼ିଶାରେ ଗୌରବାନ୍ୱିତ କରିଥିବାରୁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଅଭିଭାବକମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ସେ ଆଗାମୀ ଦିନରେ ମଧ୍ୟ ଏଭଳି ସଫଳତା ହାସଲ କରି ପୁରୀ ଜିଲ୍ଲା ଏବଂ ଓଡ଼ିଶାର ନାମକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
