ଦଶପଲ୍ଲା: ନୟାଗଡ଼ ଜିଲ୍ଲା ବଣିଗୋଚ୍ଛା ଥାନା ଅନ୍ତର୍ଗତ ଦୁଡ଼ା ପଞ୍ଚାୟତ ର କର୍ଣ୍ଣଡ଼ି ଗ୍ରାମରେ ବନ୍ୟଜନ୍ତୁ ଶିକାର କରିବା ସମୟରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ କର୍ଣ୍ଣାଡ଼ି ଗ୍ରାମର ବଜା ଓରଫ ସୁସନ୍ତ ମଲ୍ଲିକ (୩୨), ଅଲେଖ ବେହେରା (୪୦) ଏବଂ ଡଙ୍ଗା ଓରଫ ପ୍ରଦୀପ ଜାନୀ (୩୪)। ସୂଚନା ଅନୁଯାଇ ଗତ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଉପରୋକ୍ତ ଅଭିଯୁକ୍ତମାନେ ବନ୍ୟଜନ୍ତୁ ଶିକାର କରିବାକୁ ଯାଇଥିଲେ। ସେହି ସମୟରେ ଅସାବଧାନତା ବଶତଃ କିମ୍ବା ଗୁଳିଚାଳନା ଯୋଗୁଁ ସେହି ଗ୍ରାମର ବାବୁଲା ନାଏକଙ୍କ ଦେହରେ ଗୁଳି ବାଜିଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଏନେଇ ବଣିଗୋଚ୍ଛା ଥାନାରେ କେସ୍ ନଂ ୧୪୦/୨୦୨୬ ଏବଂ ବିଏନ୍?ଏସ୍ ର ଧାରା ୧୦୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ବୀରେନ୍ଦ୍ର କୁମାର ଦେହୁରୀ ମାମଲାର ତଦନ୍ତ କରି ଆଜି (ଅକ୍ଟୋବର ୨୭) ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ପଠାଇଥିବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି ।
