ଜୟପୁର: କୋରାପୁଟ ଜିଲ୍ଲା ବି ସିଂହପୁର ଥାନା ଅଞ୍ଚଳ ରୁ ସିରିଜ ଚୋରୀ । ଗୋଟିଏ ରାତିରେ ଚାରି ମନ୍ଦିର ଲୁଟିଲେ ଦୃର୍ବୁତ୍ତ।। ପୁଣି ବି ସିଂହପୁର ପୋଲିସକୁ ଖୋଲା ଚାଲେଞ୍ଜ କଲେ ଚୋରୀ ଦଳ।। ଲକ୍ଷାଧିକ ଟଙ୍କାର ମନ୍ଦିର ସମ୍ପତି ସହିତ ରୂପା ,ସୁନା ଅଳଙ୍କାର ସହିତ ହୁଣ୍ଡି ଭାଙ୍ଗି ନେବା ଘଟଣା ପଦାକୁ ଆସିବା ପରେ ଅଞ୍ଚଳ ରେ ଚାପା ଉତ୍ତେଜନା ।
ଗତ ରାତିରେ ଗୋଟିଏ ପରେ ଗୋଟିଏ ଚାରିଟି ମନ୍ଦିରକୁ ଚୋରୀ ଘଟଣା ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି କରିଛି । ଦୃର୍ବୁତ୍ତମାନେ ବି ସିଂହପୁର ମା ସଙ୍କୁଲାଇ ମନ୍ଦିର, ଶିବ ମନ୍ଦିର, ମୁଣ୍ଡାଗୁଡ଼ା ଠାକୁରାଣୀ ମନ୍ଦିର ଓ ସେମଳାଗୁଡ଼ା ଠାକୁରାଣୀ ମନ୍ଦିରକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ସୁନା–ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ, ମାଆଙ୍କ ମୂର୍ତ୍ତି ,ମାଆଙ୍କ ରୂପା ମୁକୁଟ, ହାର, ରୂପା ଆଖି ସହ ବହୁ ମୂଲ୍ୟବାନ ଅଳଙ୍କାର ଚୋରମାନେ ନେଇଯାଇଛନ୍ତି । ଘଟଣା ସକାଳେ ଜଣାପଡ଼ିବା ପରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଥିଲା ।

ପରେ ତିନିଟି ଗ୍ରାମର ମନ୍ଦିର କମିଟି ପକ୍ଷରୁ ବି ସିଂହପୁର ଥାନାରେ ଏତେଲା ଦାଖଲ କରାଯାଇଛି ।ଏକାଧିକ ମନ୍ଦିରକୁ ଲଗାତାର ଟାର୍ଗେଟ କରାଯାଉଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସ୍ଥାନୀୟ ବାସିନ୍ଦାମାନେ ଏହାକୁ ସନାତନ ଧର୍ମ ଉପରେ ଆକ୍ରମଣ ବୋଲି କହିଛନ୍ତି । କେତେକ ଲୋକ କଳାପାହାଡ଼ ଭଳି ମନ୍ଦିର ଆକ୍ରମଣର ଇତିହାସକୁ ମନେ ପକାଇ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।କୁମୁଲି ଓ କୋଟପାଡ଼ ମନ୍ଦିର ରୁ ଚୋରି ପରେ ଏବେ ପୁଣି ଆଉ ଚୋରିଟି ମନ୍ଦିର ରୁ ଚୋରି ହୋଇଛି।ଏହି ଚୋରି ଘଟଣା ର ଜଡିତ ଚୋର ଦଳଙ୍କୁ ବିସିଂହପୁର ପୋଲିସ ତୁରନ୍ତ କାବୁ ନକଲେ ଆଗାମୀ ଦିନରେ ଅଞ୍ଚଳ ସନାତନି ଏକତ୍ରିତ ହୋଇ ଆନ୍ଦୋଳନ କୁ ଉଲାଇବେ ବୋଲି କଡା ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଚଳବାସୀ ।ଟେବେ ବିସିଂହପୁର ଅଞ୍ଚଳ ରେ କେତେ ବେଳ ମନ୍ଦିର ତ ଆଉ କେତେବେଳ ଘରେ କଳା କନା ବୁଲାଇ ପୋଲିସ କୁ ଚେଲେଞ୍ଜ ଦେଉଛନ୍ତି ଦୁର୍ବୁତ୍ତ ଏମାନଙ୍କୁ ପୋଲିସ କେମିତି ଚେକ ମେଟ ଦେବ ଓ ଅଞ୍ଚଳ ରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବ ତାହାର ଉପରେ ସମସ୍ତଙ୍କ ନଜର ରହିଥିବା ଲକ୍ଷ୍ୟ କରାଯାଇଛି କ୍ଷ
