ପୁରୀ: ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲର ସମ୍ବର୍ଦ୍ଧନା ଉତ୍ସବ ଭିଆଇପି ରୋଡ ସ୍ଥିତ ହୋଟେଲ ଅନନ୍ୟା ରିସୋର୍ଟ ସଭାଗୃହରେ ସୋମବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲରେ ଅଧ୍ୟୟନରତ ପୁରୀର ମେଧା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜନ୍ମ ମାଟିରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଯୋଗଦେଇ କହିଲେ ଏହି ବିଦ୍ୟାଳୟରରେ ପିଲାମାନେ ଭଲ ପାଠ ପଢିବା ସହ ସେମାନଙ୍କ କ୍ଯାରିୟର ଓ ଉଜ୍ଜଳ ଭବିଷ୍ୟତ ନିଶ୍ଚିତ ଆଗକୁ ନେବ । ବିଦ୍ୟାଳୟର ବିଭିନ୍ନ ପ୍ରକାର ସୁବିଧାସୁଯୋଗ ଓ ସେବାୟତ ପିଲାମାନେ ଏଠାରେ ପାଠପଢି ବିଦ୍ୟାଳୟର ନାମ ରଖିବା ସହ ପୁରୀର ନାମ ରଖିଥିବାରୁ ପ୍ରଶଂସା କରଥିଲେ ।

ସମ୍ମାନିତ ଅତିଥ ଭାବେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଅନୁଷ୍ଠାନର ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ,ଅନୁଷ୍ଠାନର ନିର୍ଦ୍ଦେଶକ ଦୀପକ ସୋମାନି, ସହଯୋଗୀ ନିର୍ଦ୍ଦେଶକ ଶରତ କୁମାର କର,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ଅଗ୍ନିହୋତ୍ରୀ,ଉପସ୍ଥିତ ରହି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଲାଗି ପାଠ ପ୍ରଥମ ଆବଶ୍ୟକତା । ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଏହା ମଣିଷ ତିଆରି ମନ୍ଦିର । ବିଦ୍ୟାଳୟରରେ ପିଲାମାନଙ୍କୁ ପଢାଇବାରେ ଅଭିଜ୍ଞତା ବର୍ଣ୍ଣନା କରିବା ସହ ବିଦ୍ୟାଳୟର ସମସ୍ତ ସୁବିଧାସୁଯୋଗ ଏବଂ ଦକ୍ଷତା ପରିପ୍ରକାଶ ପାଇଁ ମିଳୁଥିବା ସୁଯୋଗ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଯୁକ୍ତ ୨ ବାଣିଜ୍ଯରେ ରାମକୃଷ୍ଣ ପଣ୍ଡା ୯୬. ୮ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ହ୍ୟୁମାନିଟିଜରେ ମୁକ୍ତେଶ୍ୱରୀ ପ୍ରତିହାରୀ ୯୨ ପ୍ରତିଶତ ଏବଂ ପ୍ରତିଶ୍ରୁତି ପଣ୍ଡା ୯୧ ପ୍ରତିଶତ ମାର୍କ ରଖି ପୁରୀ ମାଟିକୁ ଗୌରବାନ୍ୱିତ କରିଥିବାରୁ ଅତିଥ ମାନଙ୍କ ଦ୍ୱାରା ତିନିଜଣଙ୍କୁ ପୁରସ୍କୃତ କରାଯାଇଛି । ଏଥିସହ ବିଦ୍ୟାଳୟର ପୂର୍ବତନ ଛାତ୍ର ସୌମ୍ୟ ପଣ୍ଡାକୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଛି । ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ ନିଜ ପିତାମାତାଙ୍କ ସହ ମଞ୍ଚରେ ପୁରସ୍କାର ଗ୍ରହଣ କରିଥିଲେ । ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଅଭିଭାବିକା ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିଲେ ।
