ପାଟନା: ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂହଙ୍କ ଜୟନ୍ତୀ ଅବସରରେ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି କହିଥିଲେ ଯେ “ପ୍ରଧାନମନ୍ତ୍ରୀ କୁଆଡ଼େ ଯିବେ ନାହିଁ’, ଯାହାର ଉତ୍ତରରେ ଖାର୍ଗେ କହିଲେ, “ମୋଦୀ କା ବାପ୍ ଭି ଯାଏଗା’ (ମୋଦୀ ତ ଯିବେ, ତାଙ୍କ ବାପା ମଧ୍ୟ ଚାଲିଯିବେ)। ଏସ୍ଆଇଆର୍ ପ୍ରକ୍ରିୟାରେ ହୋଇଥିବା କଥିତ ଅନିୟମିତତା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ କଂଗ୍ରେସ ଜେଲ୍ ପଠାଇବ ବୋଲି ଖାର୍ଗେ କହିବା ପରେ, ଦର୍ଶକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଚିତ୍କାର କରି କହିଲେ, “ଯେପର୍ଯ୍ୟନ୍ତ ବିଦ୍ରୋହ ନ ହୋଇଛି, ସେପର୍ଯ୍ୟନ୍ତ ମୋଦୀ କୁଆଡ଼େ ଯିବେ ନାହିଁ।’ ଏହାର ଜବାବରେ କଂଗ୍ରେସ ଅଧ୍ୟକ୍ଷ କହିଲେ, “ମୋଦୀ କା ବାପ୍ ଭି ଯାଏଗା’। ବିହାରର ଏନ୍ଡିଏ ନେତାମାନେ ଖାର୍ଗେଙ୍କ ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେମାନେ ଏହାକୁ “ଦୁର୍ଭାଗ୍ୟଜନକ’ ବୋଲି କହିବା ସହ ଏହା କଂଗ୍ରେସର “ହତାଶା ଏବଂ ରାଜନୈତିକ ଶାଳୀନତାର ଅଭାବ’କୁ ଦର୍ଶାଉଛି ବୋଲି ମତ ଦେଇଛନ୍ତି। ବିହାର ବିଜେପି ସଭାପତି ସଞ୍ଜୟ ସରାଓଗୀ ଏକ ବିବୃତ୍ତିରେ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଭାଷା ବ୍ୟବହାର କରିବା ଜନତାଙ୍କ ଜନମତକୁ ଅପମାନିତ କରିବା ସହ ସମାନ। ଖାର୍ଗେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ସେମାନଙ୍କ ପରିବାର ଦ୍ୱାରା ଲିଖିତ ସ୍କ୍ରିପ୍ଟ ଅନୁସାରେ କାମ କରୁଛନ୍ତି। ମୋଦୀ ଏବଂ ତାଙ୍କ ପରିବାରକୁ ଅପମାନିତ କରିବା କଂଗ୍ରେସର ଏକ ପୁରୁଣା ଅଭ୍ୟାସ
