ପୁରୀ: ଜୁଲାଇ ୧୬ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ରଥ ନିର୍ମାଣର ୩୫ ତମ ଦିବସରେ ପଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ଗରଗରା ବିନ୍ଧ ସହ ଶେଷ ହୋଇଛି । ତିନିରଥର ଚଉଦ ନାହାକା ର ନିର୍ମାଣ କାର୍ଯ୍ୟ ଏଥିସହ ଶେଷ ହୋଇଛି ଗରଗରା ର ବିନ୍ଧ କାର୍ଯ୍ୟ ସରିବା ପରେ ଆଜି ଅନୁକୂଳ ପୂଜା ସହ ଆରମ୍ଭ ହୋଇଛି ତିନିରଥ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ । ତିନିରଥର ପାଞ୍ଚ ଦଣ୍ଡା ନିର୍ମାଣ ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଦୁଇଦିନ ପୂର୍ବରୁ ରଥ ଅମୀନ,ମୁଖ୍ୟ ମହାରଣା ମାନେ ଦଣ୍ଡା ନିର୍ମାଣ ପାଇଁ ଉପଯୋଗୀ କାଠ ଚିହ୍ନଟ ପରେ ଭୋଇ ସର୍ଦ୍ଦାର ଙ୍କ ନେତୃତ୍ୱରେ ଭୋଇ ସେବକ ମାନେ ୪୦ ଫୁଟିଆ ଧଉରା ଦଣ୍ଡା କାଠକୁ ବାହାର ରଥ ଖଳା ଠାରେ ସାଇତା କାର୍ଯ୍ୟ ଶେଷ କରିଥିଲେ, ଏହି ଦଣ୍ଡା ସାଇତା କାର୍ଯ୍ୟ ତିନିରଥ ତିନିରଥ ମୁଖ୍ୟ ମହାରଣାଙ୍କ ତଦାରଖ କ୍ରମେ ସମ୍ପନ୍ନ ହୋଇଥିଲା ।

ରଥଖଳା ପାର୍ଶ୍ୱରେ କରତୀ ସେବକ ମାନେ ପୋଲ ଗୟଳ ର ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି, ଗତ କାଲି ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିରଟ କାର୍ଯ୍ୟ ଶେଷ କରିଥିଲେ, ଆଜି ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିରଟ ପାଇଁ ଉକ୍ତ ପୋଲ ଗୟଳ ର ଦୁଇପାଶ୍ୱ ର ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି।ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ରେ ନୃସିଂହ ରୂପ ଖୋଦେଇ ସହ ପଲିସ୍ ତଥା ଅଳଙ୍କାର ପକା କାର୍ଯ୍ୟ ଶେଷ କରି ତିନିରଥର ୮ ଗୋଟି ସେଖାଇଁ ତୀଖ ଗୁଜ ଗୁଡିକରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିବାସହ ଶେଷ ଦେଇଥିବା ରୂପ ଦୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଦଣ୍ଡା ଏବଂ ଅଖକୁ ସଂଯୋଗ କରୁଥିବା ୧୫/୧୮ ସାଇଜର ଚଉରସ ବିଡିଆ କଣ୍ଟା, ତୁମ୍ବ ବାହାର ଅଂଶ ରେ ବସିବା ପାଇଁ ୧୫/୨୨ ସାଇଜର ଅଗ ପାତେଳି ଘଡ଼ି ମୁହଁ ବିଡିଆ କଣ୍ଟା,ସହ ତିନିରଥର ୪ଟି ଲେଖାଏଁ ୨୪ ଏମ୍ ଏମ୍ ର ଗରଗରା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
