କୋଲକାତା: ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ପଶ୍ଚିମବଙ୍ଗ ଫଲଟା ବିଧାନସଭା ନିର୍ବାଚନମଣ୍ଡଳୀରେ ୧ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଯାହା ଟିଏମସି ଗଡ଼ରେ ଏକ ବିଶାଳ ବିଜୟ। ଭାରତୀୟ ନିର୍ବାଚନ କମିଶନଙ୍କ ଅନୁଯାୟୀ, ପଣ୍ଡା ୧,୪୮,୭୪୯ ଭୋଟ ପାଇଛନ୍ତି। ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଦୌଡ଼ରୁ ଓହରିଯିବା ଘୋଷଣା କରିବା ପରେ ଚତୁର୍ଥ ସ୍ଥାନକୁ ଖସିଯାଇଛନ୍ତି। ଏହି ସମୟରେ, ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ଗଣନା ସମୟରେ ଇଭିଏମ୍ରେ ଜାଲିଆତି ହୋଇଥିଲା, ଭୋଟ୍ ଲୁଟ ହୋଇଥିଲା ଏବଂ ମୋତେ ଗଣନା କେନ୍ଦ୍ରରୁ ବାହାର କରିଦିଆଯାଇଥିଲା।” ସେ କହିଛନ୍ତି ଯେ ମେ ୪ ତାରିଖ ଫଳାଫଳ ପରେ ବଙ୍ଗଳାର ଲୋକମାନେ ଏବଂ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ କର୍ମୀମାନେ ଆତଙ୍କର ଶିକାର ହୋଇଛନ୍ତି। ଅଭିଷେକ ବାନାର୍ଜୀଙ୍କ ବହୁ ପ୍ରଚାରିତ “ଡାଇମଣ୍ଡ ହାର୍ବର ମଡେଲ”ର ଗଡ଼ରେ, ତୃଣମୂଳ କଂଗ୍ରେସ କେବଳ ଏକ ବଡ଼ ପରାଜୟ ବରଣ କରିନାହିଁ ବରଂ ନିଜର ଜମାନତ ମଧ୍ୟ ହରାଇଛି। ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଦୌଡ଼ରୁ ଓହରି ଯିବା ଘୋଷଣା କରିବା ପରେ ଚତୁର୍ଥ ସ୍ଥାନକୁ ଖସିଯାଇଛନ୍ତି। ଗଣତନ୍ତ୍ର ଜିତିଲା, ଭୟଭୀତ କରିବା ହାରିଗଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରରେ ବିଜେପିର ଫାଲଟା ଉପନିର୍ବାଚନ ବିଜୟକୁ ପ୍ରଶଂସା କରି ମନ୍ତବ୍ୟ ଦେଇଛନ୍ତି। ସେହିପରି ଫାଲଟାରେ ବିଜେପିର ବିଜୟ ଉପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, “ପ୍ରଥମେ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶ୍ରୀ ଦେବାଂଶୁ ପଣ୍ଡାଙ୍କୁ ଫାଲଟା ଉପନିର୍ବାଚନରେ ବିପୁଳ ଜନାଦେଶ ସହିତ ବିଧାନସଭାକୁ ପଠାଇବା ପାଇଁ ମୁଁ ଫାଲଟାର ଲୋକଙ୍କ ଆଗରେ ମଥାନତ କରୁଛି। ମୁଁ ଫାଲଟାର ଭୋଟରମାନଙ୍କ ପ୍ରତି ବିଶେଷ କୃତଜ୍ଞ। ମୁଁ ବିଜେପି ପ୍ରାର୍ଥୀଙ୍କ ପାଇଁ ଏକ ଲକ୍ଷ ଭୋଟର ବିଜୟ ବ୍ୟବଧାନ ସୁନିଶ୍ଚିତ କରିବାକୁ ଲୋକଙ୍କୁ ନିବେଦନ କରିଥିଲି ଏବଂ ଏହି ବ୍ୟବଧାନ ଏକ ଲକ୍ଷ ଆଠ ହଜାର ଅତିକ୍ରମ କରିଛି। ଆମେ ବିକାଶ ମାଧ୍ୟମରେ ଏହି ଋଣ ପରିଶୋଧ କରିବୁ। ଆମେ ଏକ ସମୃଦ୍ଧ ଫାଲଟା ନିର୍ମାଣ ପାଇଁ ପ୍ରତିବଦ୍ଧ। ନୀତି ଏବଂ ବିଚାରଧାରା ହୀନ ଏକ ଦଳ, ଯାହା ନିଜକୁ ଏକ ମାଫିଆ ଉଦ୍ୟୋଗରେ ପରିଣତ କରିଥିଲା, କ୍ଷମତା ହରାଇବା ପରେ ଏବେ ତା’ର କଙ୍କାଳ ରୂପରେ ପ୍ରକାଶ ପାଇଛି।
