ପୁରୀ: ବାପାଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଥିଲା ପରିବାର ଶେଷକୃତ୍ୟ ସମ୍ପନ୍ନ କରିବାକୁ ସ୍ୱର୍ଗଦ୍ୱାର ଆସିଥିଲେ ସମ୍ପର୍କୀୟ ଏପରି ଦୁଃଖଦ ସମୟରେ ପରିବାର ଉପରେ ଦାଉ ସାଧିଲା ପୁରୀ ମହାନଗର ନିଗମ (ପିଏମ୍ସି)ର ଗାଡ଼ି ଉଠାଣ କାର୍ଯ୍ୟାନୁଷ୍ଠାନ ବେଳାମାର୍ଗରେ ପାକିଂ କରିଥିବା କାରକୁ ଟୋଚନ୍ କରି ନେଇଯିବା ସହ ୧୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, କଟକ ଜିଲ୍ଲା ଗୋବିନ୍ଦପୁରର ଅଡ଼ଶପୁର ଗାଁର ମନମୋହନ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ଶେଷକୃତ୍ୟ ପାଇଁ ପରିବାର ଲୋକେ ସ୍ୱର୍ଗଦ୍ୱାର ଆସିଥିଲେ । ସେମାନେ ଓଡି-୦୫ବିଜେ-୯୨୭୦ ନମ୍ବର ବିଶିଷ୍ଟ କା?ର୍କୁ ବେଳାମାର୍ଗରେ ପାକିଂ କରି ଶବକୁ କାନ୍ଧେଇ ସ୍ୱର୍ଗଦ୍ୱାର ନେଇଥିଲେ। ସେଠାରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ପିଏମ୍?ସିର ଗାଡ଼ି ଆସି କା?ର୍ଟିକୁ ଟୋଚନ୍ କରି ନେଇଯାଇଥିଲା । ଶବଦାହ ସାରି ମନୋଜ ପଟ୍ଟନାୟକ କାର୍ ପାଖକୁ ଫେରିବା ବେଳକୁ ଗାଡ଼ି ନଥିଲା। ପରେ ପିଏମ୍?ସି ଗାଡ଼ି ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ । ତାଙ୍କଠାରୁ ୧୧୦୦ ଟଙ୍କା ଜରିମାନା ଆଦାୟ ପରେ କାର୍ ଛାଡ଼ିଥିବା ସେ ଅଭିଯୋଗ କରିଛନ୍ତି। ମନୋଜଙ୍କ କହିବା ଅନୁଯାୟୀ, ଗାଡ଼ି ଉଠାଇବା ପୂର୍ବରୁ ମାଇକ୍ ଯୋଗେ କୌଣସି ସୂଚନା ଦିଆଯାଇ ନଥିଲା । ବାପାଙ୍କ ମୃତ୍ୟୁରେ ମାନସିକ ଦୁଃଖରେ ଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ତାଙ୍କୁ ଅଧିକ କଷ୍ଟ ଦେଇଛି ବୋଲି ସେ କହିଛନ୍ତି। ସ୍ୱର୍ଗଦ୍ୱାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନିକଟରେ ପର୍ଯ୍ୟାପ୍ତ ପାକିଂ ବ୍ୟବସ୍ଥା ନଥିବା ବେଳେ ଏପରି ଜରିମାନା ଆଦାୟ କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।
