ବାରିପଦା ; ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଠାରେ ବିପୁଳ ଉତ୍ସାହ, ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ମା ଦୁର୍ଗା ଙ୍କ ଷୋଡଶ ଉପଚାର ରେ ପୂଜା କାର୍ଯ୍ୟକ୍ରମ ସମ୍ପାଦନ ହେବାପରେ ଦଶମୀ ଦିନ ବିସର୍ଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ତେବେ ଶୁକ୍ରବାର ୨୩ ତାରିଖ ସନ୍ଧ୍ୟାରେ ମା ଙ୍କର ଭସାଣି କାର୍ଯ୍ୟକ୍ରମ ବେଶ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି । ବିଭିନ୍ନ ନୃତ୍ୟ ମଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ମା ଙ୍କ ମେଢ଼କୁ ପୂଜା ସ୍ଥଳରୁ, ବଜାର ପରିକ୍ରମା କରାଇ ସ୍ଥାନୀୟ ବନ୍ଧ ର ଲକ୍ଷ୍ମୀନାରାୟଣ ଘାଟରେ ଭସାଣି କରାଯାଇଥିଲା । ସାର୍ବଜନୀନ ଦୁର୍ଗାପୂଜା କମିଟି ର ସଭାପତି ତଥା କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଏବଂ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ବସନ୍ତ କୁମାର ପଇବର୍ତ୍ତୀ ଓ ପଣ୍ଡିତ ଗୌରାଙ୍ଗ ଶତପଥୀ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଭସାଣି ଉତ୍ସବ ରେ କର୍ତା ଆଶିଷ ମିଶ୍ର, ପ୍ରଶାନ୍ତ ( କୁନା )ରାୟ,ଆଶିଷ(ମଣ୍ଟୁ )ପାଣିଗ୍ରାହୀ, ଭାସ୍କର ପଣ୍ଡା, ବିଛେନ୍ଦ୍ର ବେହେରା,ବିକ୍ରମ ଦତ୍ତ,ଚତୁର୍ଭୁଜ ଦାସ, ସତ୍ୟାନନ୍ଦ ପଲେଇ,ଜୁବୁଲି ସାହୁ, ଅନିକେତ ବାରିକ,ଦିଲ୍ଲୀପ ଦାସ, ସୁଜିତ ମହାରଣା, ରାଜା ପାଣିଗ୍ରାହୀ,ରାଜୁ ରାମ ପ୍ରମୁଖ ଙ୍କ ସହଯୋଗ ରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା ।
