ପୁରୀ: ପୁରୀ ଜିଲ୍ଲା ଚାମ୍ପିଅନ ୩୧ତମ ରାଜ୍ୟ ସ୍ତରୀୟ ଜୁନିଅର ହ୍ୟାଣ୍ଡବଲ ଚାମ୍ପିଅନସିପରେ ପୁରୀ ଜିଲ୍ଲାର ଖେଳାଳିମାନେ କିଟ ବିଶ୍ୱବିଦ୍ୟାଳୟ କୁ ଫାଇନାଲ ମ୍ୟାଚ୍ ରେ ହରାଇ ଚାମ୍ପିଅନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କୋଚ୍ ଶାନ୍ତନୁ ବିଶ୍ୱାଳଙ୍କ ନେତୃତ୍ୱରେ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଜୁନିଅର ହ୍ୟାଣ୍ଡ ବଲ ଚାମ୍ପିଅନସିପ ତା ୨୩/୧୦/୨୦୨୬ ଓ ୨୪/୧୦/୨୦୨୬ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ପିଲାଙ୍କ ଏହି କୃତିତ୍ୱ ପାଇଁ ପୁରୀ ଜିଲ୍ଲା ହ୍ୟାଣ୍ଡ ବଲ ସଂଘ ସମ୍ପାଦକ ଗୋପୀନାଥ ସାହୁ, ଉପ ସଭାପତି ରାଜକିଶୋର ମହାନ୍ତି ,ରଞ୍ଜିତ୍ ମିଶ୍ର, ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀ, ଡେଲାଙ୍ଗ ବ୍ଲକ୍ କ୍ରିଡ଼ା ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ଓ ଅଞ୍ଚଳର କ୍ରୀଡା ବିତ୍ ମାନେ ଭୂୟସୀ ପ୍ରଶଂସା କରିଛନ୍ତି।
