ଜୟପୁର: ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଉତ୍ତର ପ୍ରଦେଶର ଏମଡି ସାଦକି୍ (୫୬) । ସୁଚନା ଅନୁଯାଇ ଅବକାରି ଥାନା ଜୟପୁର – ପାତ୍ରପୁଟ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଟୁଙ୍କୁଆ ଛକରେ ଜଣେ ବ୍ୟକ୍ତି ଠିଆ ହୋଇଥିବା ବେଳେ ସନ୍ଦେହରେ ଯାଞ୍ଚ କରିଥିଲା । ପରେ ତା ଠାରୁ ୬ କେଜି ଗଞ୍ଜେଇ ଜବତ କରିଛି । ଅବକାରି ବିଭାଗ ଗଞ୍ଜେଇ ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
