ଦଶପଲ୍ଲା: ଏହି ଅଞ୍ଚଳରେ ଆଜି ଅପରାହ୍ନ ୪ଘଣ୍ଟିକା ସମୟରେ କାଳବୈଶାଖିର ତାଣ୍ଡବରେ ଖୋର୍ଦ୍ଧା-ବାଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ବିଧାୟକଙ୍କ ଗାଁ ଡମାହାଣ୍ଡି ଠାରେ ପବନରେ କିଛିଗଛ ଭାଙ୍ଗି ରାସ୍ତା ଉପରେ ପଡିଥିବାରୁ ଦୁଇଘଣ୍ଟା ୫୭ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଯାଇଥିଲା।ପ୍ରବଳ ପବନ ଦେଖି ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ରାସ୍ତା କଡରେ ଛିଡାକରି ରଖିଥିବା ବେଳେ ବିପରିତ ଦିଗରେ ଥିବା ଗଛ ଡାଳଛିଣ୍ଡି ଟ୍ରକ ସାମ୍ନାରେ ପଡିବା ଫଳରେ ଟ୍ରକର ସାମ୍ନା କାଚ ଚୁର୍ ମାର୍ ହୋଇଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗ ଘୁଗୁଡିପଡା ପଞ୍ଚାୟତର ମର୍ଦାବାଡି ଗ୍ରାମର ଦଳିତ ସାହିର ମୁନା ନାଏକ ଘରେ ତାର ଭଉଣୀ ସୈଭାଗିନୀ ବେହେରା ଘରେ ଥିବାବେଳେ ବ୍ରଜପାତରେ ଦୁଇବଖରା ଘର ଓ ଆସବାପତ୍ର ପୋଡିଯାଇଛି। ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ଗାଡି ଜିବାରୁ କାଦୁଅ ରାସ୍ତାରେ ଗାଡି କାଦୁଅରେ ଦବିଯାଇଥିବାରୁ ନାକେଦମ ହୋଇଥିଲେ ସମସ୍ତ କର୍ମଚାରୀ ନିଆଁ ଲିଭାରେ ନିୟୋଜିତ ଥିବାରୁ ରାସ୍ତା ଉପରେ ଥିବା ଗଛକଟା ସଫାରେ ରେ ପହଞ୍ଚି ପାରିନଥିବା ସୂଚନା ।
