ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ସଭାପତି ନେହା ବୋରା ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ନିକଟରେ “ଶାନ୍ତି ବଜାୟ ରଖିବା ପାଇଁ ବଣ୍ଡ’ସ୍ତଖତ କରିବାକୁ ପୋଲିସ ଦେଇଥିବା ନୋଟିସକୁ ଚ୍ୟାଲେଞ୍ଜ କରିଥିଲେ। ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ରାୟ ଶୁଣାଇବା ସମୟରେ ବିଚାରପତି ସୁବ୍ରମୋନିୟମ୍ ପ୍ରସାଦ କହିଲେ, “ମୁଁ ବର୍ତ୍ତମାନ ପାଇଁ ଏହି ରିଟ୍ ଆବେଦନକୁ ଖାରଜ କରୁଛି।’ ତେବେ ବିଚାରପତି ଏହା ମଧ୍ୟ କହିଛନ୍ତି ଯେ, ଏହି ପ୍ରକ୍ରିୟା ସମୟରେ ଛାତ୍ର ନେତ୍ରୀଙ୍କୁ ସମସ୍ତ ଆବଶ୍ୟକୀୟ ତଥ୍ୟ ଓ କାଗଜପତ୍ର ଯୋଗାଇ ଦେବା ପାଇଁ ସେ ଝଋଗ-ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାୟର ବିସ୍ତୃତ କପି ମିଳିବାକୁ ବାକି ଅଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୨୬ ଅଧୀନରେ ଅକ୍ଟୋବର ୧୭ ତାରିଖରେ ପୋଲିସ ଏହି ନୋଟିସ୍ ଜାରି କରିଥିଲା। ଏଥିରେ ଛାତ୍ର ନେତ୍ରୀଙ୍କୁ ଅକ୍ଟୋବର ୧୯ ତାରିଖରେ ଝଋଗ-ଙ୍କ ନିକଟରେ ହାଜର ହେବାକୁ ଏବଂ “ତଦନ୍ତ ଅବଧି ମଧ୍ୟରେ ଶାନ୍ତି ବଜାୟ ରଖିବା’ ପାଇଁ କାହିଁକି ସେ ୧୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ଜଣେ ଜାମିନଦାର ଦେବେ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ କୁହାଯାଇଥିଲା। ଈଘଝଝ-ର ଧାରା ୧୨୬ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଶାନ୍ତି ଭଙ୍ଗ କରିପାରନ୍ତି, ସାର୍ବଜନୀନ ଶାନ୍ତି ବ୍ୟାହତ କରିପାରନ୍ତି କିମ୍ବା ଅଶାନ୍ତି ସୃଷ୍ଟି କରିପାରେ ଏପରି କୌଣସି କାର୍ଯ୍ୟ କରିପାରନ୍ତି ବୋଲି ବିଶ୍ୱସନୀୟ ସୂଚନା ମିଳେ, ତେବେ ଝଋଗ ସେହି ବ୍ୟକ୍ତିଙ୍କୁ ଏପରି ବଣ୍ଡ ଦସ୍ତଖତ କରିବାକୁ ବାଧ୍ୟ କରିପାରନ୍ତି। ଅକ୍ଟୋବର ୧୬ ତାରିଖରେ ଦିଲ୍ଲୀର କନଟ୍ ପ୍ଲେସ୍ ଠାରେ “କକ୍ରୋଚ୍ ଜନତା ପାର୍ଟି’ ଦ୍ୱାରା ଆୟୋଜିତ “ଲେହରା ଦୋ ତିରଙ୍ଗା’ ଶୋଭାଯାତ୍ରାରେ ଯୋଗଦେବାକୁ ଯାଉଥିବା ବେଳେ ବୋରାଙ୍କୁ ପୋଲିସ “ପ୍ରିଭେଣ୍ଟିଭ୍ ଡିଟେନସନ୍’ର ନେଇଥିଲା। ତାଙ୍କୁ ଅକ୍ଟୋବର ୧୭ ତାରି ଗୁରୁବାର ଦିନ ହୋଇଥିବା ଶୁଣାଣି ସମୟରେ, ବୋରାଙ୍କ ବରିଷ୍ଠ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନାଗରିକମାନଙ୍କୁ କୌଣସି ଅନୁମତି ନେବାର ଆବଶ୍ୟକତା ନାହିଁ ।
