ପାରାଦୀପ: ଦୀର୍ଘଦିନ ହେବ ବନ୍ଦର ସହର ପାରାଦୀପରେ ମଦୁଆ ଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ହଠାତ ଜିଲ୍ଲାପାଳ ଓ ଏସପି ଙ୍କ ନେତୃତ୍ୱରେ ପୋଲିସ ମଦ ଦୋକାନ ଆଗରେ ଖୋଲା ଜାଗାରେ ମଦ ପିଉଥିବା ନିଶାଡି ଙ୍କୁ କାବୁ କରି ପାରାଦୀପ ଆଦର୍ଶ ଥାନାରେ ଅଟକ ରଖିଥିଲା କ୍ଷ ଜଗତସିଂହପୁର ପରେ ପାରାଦୀପରେ ଖୋଲାସ୍ଥାନରେ ମଦ ପିଇ ହଙ୍ଗାମା କରୁଥିବା ନିଶାଖୋରଙ୍କ ବିରୋଧରେ କଡ଼ା ଆକ୍ସନ୍ ନେଇଛି ଜିଲ୍ଲା ପ୍ରଶାସନ। ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଓ ଏସପି ଅଙ୍କିତ ବର୍ମା ଙ୍କ ନିର୍ଦ୍ଦେଶରେ ପାରାଦୀପର ବିଭିନ୍ନ ମଦ ଦୋକାନ ଆଗରେ ଚାଲିଛି ଅଚାନକ ଚଢ଼ାଉ। ରାସ୍ତା କଡ଼ରେ ଖୋଲାରେ ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରୁଥିବା ଓ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ମଦ୍ୟପ ଙ୍କୁ ଧରି ପୁଲିସ ଥାନାକୁ ନେଉଥିବା ଦେଖିବାକୁ ମିଳିଛି।

ସମଗ୍ର ପାରାଦୀପ ଅଞ୍ଚଳରେ ନିଶା କାରବାର ଓ ଖୋଲା ମଦ୍ୟପାନକୁ ରୋକିବା ପାଇଁ ପ୍ରଶାସନ ଏବେ ପୂରା ଆକ୍ସନ୍ ମୁଡ଼ ରେ ଥିବା ଦେଖିବାକୁ ମିଳିଛି । ଏସପି ଓ କଲେକ୍ଟର ସ୍ୱୟଂ ବିଭିନ୍ନ ସ୍ଥାନରେ ବୁଲି ପରିସ୍ଥିତି ତଦାରଖ କରୁଥିବା ବେଳେ, ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର ହେବା ସହ ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି କ୍ଷ
