ବାରିପଦା : ଗତ ବୁଧବାର ୨୦ ତାରିଖ ଦିନ ଅପରାହ୍ନ ରେ ଜଙ୍ଗଲ କୁ କାଠ ଆଣିବାକୁ ଯାଇଥିଲା। କିନ୍ତୁ ଘରକୁ ପେରିନଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଥିଲେ । ତେବେ ନିଖୋଜ ହେବା ପରେ ଲୋକେ ନିଜ ପରିବାରର ସମସ୍ତ ସମ୍ପର୍କିୟ ଲୋକଙ୍କ ଘରକୁ ମଧ୍ଯ ଖୋଜାଖୋଜି କରି କେଉଁଠି ବି ପାଇନଥିଲେ । ଗୁରୁବାର ୨୧ ତାରିଖ ଦିନ ବୁଡାଖମାରୀ ଗ୍ରାମର ନିକଟତମ ଗାଁ ର ରେଙ୍ଗାଳବେଡା ଗାଁର ଘଞ୍ଚ ଜଗଂଲ ବିଲ ମଧ୍ଯରେ ଥିବା ବନ୍ଧ କୁ ଗାଧୋଇ ଯାଇଥିବା ଲୋକେ ବନ୍ଧରେ ମହିଳା ଜଣକ ଭାସୁଥିବାର ଦେଖିବାକୁ ପାଇବା ପରେ ମଣଦା ଫାଣ୍ଡିକୁ ଖବର ଦେବା ପରେ ବିଶୋଇ ପୋଲିସ ଥାନା ଦାବୁ ପହଁଞ୍ଚି ତଦନ୍ତ କରିଥିଲେ। ବନ୍ଧରେ ଅଧିକ ପାଣି ଥିବାରୁ ସ୍ଥାନୀୟ ଦମକଳ ବିଭାଗ ର ସାହାଯ୍ଯ ରେ ମହିଳାର ଅର୍ଦ୍ଧ ନଗ୍ନ ଶବ ଉଦ୍ଧାର କରାଯାଇଥିଲା। ତେଣୁ ପରିବାର ଲୋକେ କୌଣସୀ ଅସାମାଜିକ ବ୍ୟକ୍ତି ହତ୍ଯାକରି ବନ୍ଧରେ ଫିଙ୍ଗିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ତେବେ ମୃତକ ହେଲେ ସ୍ୱର୍ଗତ ଆନପା ମାଝୀଙ୍କ ଦ୍ୱିତୀୟ ନମ୍ବର ଝିଅ ଶାନ୍ତିଲତା ମାଝୀ (୨୩) ଘର ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦାଫାଣ୍ଡି ନିକଟ ବୁଡାଖୋମାରୀ ଗ୍ରାମର ବୋଲି ଜଣାପଡିଛି। ପୋଲିସ ଏହି ଘଟଣାରେ ଏକ ଅପମୃତ ମାମଲା ରୁଜୁ କରି କେଶ ନଂ ୧୩୵୨୬ ମୂଳେ ଏକ ମାମଲାରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ପୋଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତର ଖାନାକୁ ମାଇନା ପାଇଁ ପଠାଇଛନ୍ତି । ।
