ଆସିକା: ସୋରଡା ପଟୁ ଆସି ପଶ୍ଚିମବଙ୍ଗ ଯାଉଥିବା ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆସିକା ଅବକାରୀ ବିଭାଗ କାର ସହ ଜଣକୁ କାବୁ କରିଛି । ଏହି ଘଟଣା ସକାଳ ପ୍ରାୟ ୧୦ ଘଟଂ ସମୟରେ ଆସିକା ଆରିୟାନ ପବ୍ଲିକ ସ୍କୁଲ ସମ୍ମୁଖରେ ହୋଇଥିଲା । ଏହି ଚଢାଉ ଆସିକା ଅବକାରୀ ଇନ୍ସପେକ୍ଟର ବିବେକାନନ୍ଦ ପେରେଇଙ୍କ ତତ୍ୱାବାଧାନରେ ହୋଇଥିବା ବେଳେ ଆସିଷ୍ଟାଟଂ ସବଇନ୍ସପେକ୍ଟର ସତ୍ୟ ବେହରା, ଅବକାରୀ କନେଷ୍ଟବଲ ଜି.ଭୀମା, କନେଷ୍ଟବଲ ଶ୍ରୀକାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ । ଘଟଣା ସ୍ଥଳରୁ ଏକ ମହେନ୍ଦ୍ର କାର ସାଙ୍ଗକୁ ୨୦ କିଲୋଗ୍ରାମର ସାତଟି ଗଞ୍ଜେଇ ବସ୍ତା ଯାହା ମୋଟ ୧.୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଗରିଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ଖଡଗପୁର ପଶ୍ଚିମ ମେଦିନୀପୁର ସ୍ୱର୍ଗତ ମହମ୍ମଦ ସଲିମ ଖୁରେସିଙ୍କ ପୁଅ ମହମ୍ମଦ ସଲମାନ ଖୁରେସି ବୋଲି ଜଣାପଡିଛି । ଏନେଇ ଆସିକା ଅବକାରୀ ବିଭାଗ ପକ୍ଷରୁ ଆସିକା ରେଞ୍ଜ କେସ- ପି.ଆର ନମ୍ବର -୨୧/୨୬-୨୭ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
