ପୁରୀ: ପବିତ୍ର ଶ୍ରୀକ୍ଷେତ୍ର ମାଟି ତଥା ଶ୍ରୀଜଗନ୍ନାଥ ଧାମର ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋଖୋ ଏଚ୍.ପି.ସିର ପ୍ରତିଭା ଚୟନ ପ୍ରକ୍ରିୟା ତିନିଦିନିଆ ଶୁକ୍ରବାର ୨୨ ମେ ରୁ ଆରମ୍ଭ ହୋଇଥିଲା । ଏହି ଖେଳ ୨୪ ମେ ରେ ଶେଷ ହେବ। ଏହି ପ୍ରତିଭା ଚୟନ ପ୍ରକ୍ରିୟାରେ ସର୍ବମୋଟ ୨୫୦ ଜଣ ପ୍ରତିଭାବାନ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଯେଉଁଥିରୁ ୨୦୦ ଜଣ ଓଡ଼ିଶା ଏବଂ ୫୦ ଜଣ ବାହାର ରାଜ୍ୟର ପ୍ରତିଭାଗୀ ଏହି ଚୟନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଶନିବାର ୨୩ ତାରିଖ ଦ୍ୱିତୀୟ ଦିନ ପୂର୍ବାହ୍ନରେ ମୁଖ୍ଯ ଅତିଥି ଭାବେ ଭାରତ ଖୋ ଖୋ ଫେଡେରେସନର ଉପସଭାପତି ଓ ଓଡିଶାର ଖୋ ଖୋ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ ଖୋ ଖୋ ପିଚ୍ ର ଭୂମିପୂଜନ ଓ ପୁଷ୍ପ ପ୍ରଦାନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରି କହିଲେ ଉତ୍ସାହିତ ଖୋ ଖୋ କ୍ରୀଡାବିତ ମାନେ ସେମାନଙ୍କ ଭଲ ପରଫମାନସ କରିବା ସହ ଖୋ ଖୋ ଖେଳରେ କ୍ଯାରିୟର ଗଢି ପାରିବେ । ଖେଳାଳୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ । ଜିଲ୍ଲା ଓ ରାଜ୍ୟର ନାମ ରଖିବା ସହ ଦେଶର ନାମ ରଖି ଖୋ ଖୋ କୁ ଗୌରବାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ପବିତ୍ର ମାଟି ଜଗନ୍ନାଥ ଧାମରେ ଯେଉଁ ଖେଳାଳୀମାନଙ୍କ ପାଦ ପଡିଛି ସେମାନେ ଆଜି ଭାରତର ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ କ୍ରୀଡାବିତ ମାନଙ୍କ ପ୍ରତିଭାର ବିକାଶ ନିଶ୍ଚିତ ପୂରଣ ହେବ ବୋଲି ଶ୍ରୀମିଶ୍ର ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥ ଭାବେ ଖୋ ଖୋ ମୁଖ୍ଯ ପ୍ରଶିକ୍ଷକ ସଞ୍ଜୀବ ଶର୍ମା, ମୁଖ୍ଯ ପ୍ରବନ୍ଧକ ବାପି ରାୟ, ପୁରୀ ଜିଲ୍ଲା ସମ୍ପାଦକ ଚୌଧୁରୀ ପାର୍ଥ ସାରଥି ମହାପାତ୍ର, ସୂର୍ଯ୍ୟନାରାୟଣ ଜେନା, ଧିରେନ୍ଦ୍ର ଦାସ ଓ ପ୍ରଶିକ୍ଷକ ଆକାଶ ରଣା ପ୍ରମୁଖ ଉପସ୍ଥିତ ରହି ଖୋ ଖୋ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ବାଳକ ଓ ବାଳିକା ବିଭାଗରେ ୧୩ ବର୍ଷ ରୁ କମ୍ ଓ ୧୮ ବର୍ଷରୁ କମ ବୟସର ଖେଳାଳୀମାନେ ସେମାନଙ୍କ ଖେଳ ପ୍ରଦର୍ଶନ କରୁଛନ୍ତି । ମହାରାଷ୍ଟ୍ର, ଝାଡଖଣ୍ଡ,ଛତିଶଗଡ, ଦିଲ୍ଲୀ,ଆନ୍ଧ୍ର ପ୍ରଦେଶ ଓଡ଼ିଶା ଓ କୋହ୍ଲାପୁର ରାଜ୍ୟର ଖୋ ଖୋ ଖେଳାଳୀମାନେ ଅଂଶଗ୍ରହଣ କରିଛନ୍ତି । ପିଲାମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା କ୍ରୀଡାକ୍ଷେତ୍ର ପରିସର । କ୍ରୀଡାବିତ ମାନଙ୍କ କରତାଳିରେ ଉତ୍ସାହିତ ହୋଇଥିଲେ କ୍ରୀଡାବିତ । ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋଖୋ ଏଚ୍.ପି.ସିର କୋଚ, ଅଫିସର ଓ କର୍ମକର୍ତ୍ତାମାନେ ପରିଚାଳନା କରୁଛନ୍ତି । କ୍ରୀଡାବିତ ମାନଙ୍କ ପାଇଁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ରହିବା ଖାଇବା ସହ ପାନୀୟଜଳ ଓ ଅନ୍ଯାନ୍ଯ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ କରିଯାଇଛି । ରବିବାର ଖୋ ଖୋ ଚୟନ ପ୍ରକ୍ରିୟା ଉଦଯାପିତ ହେବ । ଉତ୍ସାହିତ ଖେଳାଳୀମାନଙ୍କ ଖେଳ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ହୋଇପାରିଛି । ସେମାନଙ୍କ ଉଦ୍ୟମ, ସାହାସ ଓ କ୍ରୀଡା କୌଶଳ ବେଶ ଚମତ୍କାର ହୋଇଛି ।ଏହି ଅବସରରେ ମୁଖ୍ଯ ଅତିଥିଙ୍କ ଦ୍ୱାରା ଜର୍ସି ଉନ୍ମୋଚିତ ହୋଇଥିଲା
