ବେଗୁନିଆପଡା: ଆଉ କିଛିସମୟ ପରେ ପରିବାର ରେ ହୋଇଥାନ୍ତା ଖୁସି ର ମାହୋଲ, ଶକ୍ତିପୀଠ ମା ସିଂହାସନି ଙ୍କ ପୀଠରେ ପରିବାର ସଦସ୍ୟ ଙ୍କ ମୁଣ୍ଡନ ସହିତ ଭୋଜି ଖାଇବା ମଜା ମିଳିଥାନ୍ତା, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ! ଆଉ ମାତ୍ର କିଛି ମିନଟ ବ୍ୟବଧାନ ରେ ପହଞ୍ଚି ଥାନ୍ତେ ଗନ୍ତବ୍ୟ ସ୍ଥଳରେ, ହଠାତ ଆଖି ପିଛୁଳାକେ ସବୁ କିଛି ଏପଟ ସେପଟ ହୋଇଗଲା….. ଆର ପାରିକୁ ଚାଲିଗଲେ ୬ ସଦସ୍ୟ……. ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ଏକ ଯାତ୍ରୀବାହି ବସ ଗୋଟିଏ ଯାତ୍ରୀବାହି ଅଟୋ କୁ ଧକ୍କାଦେବା ଫଳରେ ଅଟୋରେ ବସିଥିବା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି ।ପ୍ରତ୍ୟକ୍ଷ୍ୟ ଦର୍ଶୀ ଙ୍କ ସୂଚନା ଅନୁଯାୟୀ ଗୋଟିଏ ଯାତ୍ରୀବାହୀ ଅଟୋ ବ୍ରହ୍ମପୁର ନିକଟ ସୋରଳ ରୋଡ୍ ଏରେଣ୍ଡ୍ରା ରୁ କୋଦଳା ନିକଟ ଶକ୍ତିପୀଠ ସିଂହାସନୀ କୁ ଏକ ମୁଣ୍ଡନ ଭୋଜି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ବୁଲାଣି ରାସ୍ତା ଠାରେ ଡାଇମଣ୍ଡ ନାମକ ଏକ ଯାତ୍ରୀବାହି ବସ୍ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସମ୍ପୂର୍ଣ ଲୋଚାହୋଇ ବିଲମଧ୍ୟକୁ ଖସିପଡ଼ିଥିଲା, ସେଠାରେ ଉପସ୍ଥିତ ଲୋକେ ଦମକଳ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀଙ୍କୁ ଖବର ଦେବାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀ ପହଞ୍ଚି ଆହତଙ୍କୁ କଟର ସାହାଯ୍ୟ ରେ ଅଟୋ ରୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୬ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମୃତକଙ୍କ ମଧ୍ୟରେ ୨ ନାବାଳିକା ରହିଥିବା ବେଳେ ଗୁରୁତର ଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ସୂଚନା ମିଳିଛି। ନାବାଳିକା ୨ ଜଣଙ୍କ ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ମୃତକ ମାନେ ହେଲେ କିରଣ ବେହେରା (୧୦) ସନି ବେହେରା (୧୨) ନୀଳା ବେହେରା (୫୦) ନାରସୁ ବେହେରା (୪୩) ରତନୀ ବେହେରା (୪୦) ମଲ୍ଲି ବେହେରା (୭୫)।
ଗୁରୁତର ମାନେ ହେଲେ ଅଳକା ବେହେରା (୧୭) କନକ ବେହେରା (୬୦) ଭାଗ୍ଯ ବେହେରା (୫୫) ଝିଲି ବେହେରା (୪୦), ଗୀତାଞ୍ଜଳି ବେହେରା ଓ ଅଟୋ ଡ୍ରାଇଭର ବାବୁ ପ୍ରଧାନ । ଏହି ମର୍ମଦୂତ ହୃଦୟ ବିଦାରକ ଖବର ପାଇ ସ୍ଥାନୀୟ ଜନସାଧାରଣ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୁଣ୍ଡ ହୋଇଥିବା ବେଳେ ପୁରୁଷୋତ୍ତମପୁର ଏସଡିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ଓ ପୁରୁଷୋତ୍ତମପୁର ପୋଲିସ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ପୁରୁଷତ୍ତମପୁର ଥାନାରେ ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରାଯାଇଥୁବା ନେଇ ଏସ୍ଡ଼ିପିଓ ପ୍ରକାଶ କରିଛନ୍ତି କାହିଁକି ଏବଂ କେମିତି ଏହି ଦୁର୍ଘଟଣା ଘଟିଲା ତାର ତଦନ୍ତ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି,
