ବାରିପଦା; ଗତ କାଲି ଭୋର ସମୟରେ କୌଣସି ଏକ କାରଣରୁ ବାରିପଦା ସହର ଷ୍ଟେସନ ବଜାର ସ୍ଥିତ ସତ୍ୟମ ଫୁଡ ହବରେ ନିଆଁ ଲାଗି ଯାଇଥିଲା। ସ୍ଥାନିୟ ଲୋକେ ଏହା ଦେଖିପାରି ସଙ୍ଗେ ସଙ୍ଗେ ବାରିପଦା ଅଗ୍ନିଶମ ବାହିନୀଙ୍କୁ ଖବର ଦେବାପରେ ଫାୟାର କର୍ମଚାରୀ ମାନେ ପହଞ୍ଚି ଘରର ସଟର କାଟି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁଁ ଭିତରେ ଥିବା ସମସ୍ତ ସରଞ୍ଜାମ ସହିତ ୨ଟି ଗାଡ଼ି, ୨ଟି ଫ୍ରୀଜ, ଲାଗିଥିବା ଏସି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡି ଛାରଖାର ହୋଇଯାଇଛି। ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥାଇ ପରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
