ବାରିପଦା /କରଞ୍ଜିଆ; କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡିସ୍ଥିତ ଏକ ଇଣ୍ଡସ ଟାୱାରରୁ ବ୍ୟାଟେରୀ ଓ କେବୁଲ ଚୋରି ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୭ଟି ବ୍ୟାଟେରୀ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ରେ କେନ୍ଦୁମୁଣ୍ଡି ନିକଟସ୍ଥ ଟାୱାରରୁ କେବୁଲ କାଟିବା ସହ ବ୍ୟାଟେରୀ ଖୋଲୁଥିବା ଦୁଇଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଦେଖି ଅଟକ ରଖିଥିଲେ। ଖବର ପାଇ ଟାୱାର ଟେକ୍ନିସିଆନ ଗୌତମ ରଣା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ବ୍ୟାଟେରୀ ଓ କେବୁଲ କଟାଯାଇଥିବା ର ଜଣାପଡ଼ିଥିଲା। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଦୟାନିଧି ମଲ୍ଲିକ (୪୦) ଓ ଉମେଶ ଚନ୍ଦ୍ର ମଲ୍ଲିକ (୨୫)। ଅଭିଯୋଗ ଅନୁଯାୟୀ, ଉଭୟେ ପୂର୍ବରୁ ଉକ୍ତ ଟାୱାରରେ ଆର୍ôଥଂ ଓ ଲାଇଟନିଂ ଆରେଷ୍ଟର ଭାବେ କାର୍ଯ୍ୟ କରିଥିଲେ। ପୁଲିସ ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ୍, ଏକ ଟିଭିଏସ୍ ରେଡିଅନ୍ ବାଇକ୍ (ଓଡ଼ି-୨୨ଏସ୍-୦୭୫୭), ୭ଟି ବ୍ୟାଟେରୀ, ଦୁଇ ଯୋଡ଼ା ଚପଲ, ଟାୱାର କେବୁଲରେ ବ୍ୟବହୃତ ଏକ ପ୍ଲାଷ୍ଟିକ ପାଇପ୍ ଖଣ୍ଡ ଓ କିଛି କଟା କେବୁଲ ଜବତ କରିଛି। ଅନ୍ୟ ଟାୱାରରୁ ବ୍ୟାଟେରୀ ଓ ଯନ୍ତ୍ରାଂଶ ଚୋରି ଘଟଣାରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ପୁଲିସ ତଦନ୍ତ ଜାରି ରଖିଛି।
