ଚଣ୍ଡିଖୋଲ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ରାସ୍ତା ଓ ଗୃହ ନିର୍ମାଣ (ଆ ଆଣ୍ଡ୍ ବି) ବିଭାଗର ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ଆୟ ତୁଳନାରେ ତାଙ୍କର ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁର ଜିଲ୍ଲାର ବଡ଼ଚଣା ସମେତ ୭ଟି ସ୍ଥାନରେ ଏହି ତଲାସୀ ଚାଲିଛି। ଏହି ଚଢ଼ଉରେ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍ପି), ୬ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ଟିମ୍ କଟକ ସିଡିଏ ସେକ୍ଟର-୭ର ପ୍ଲଟ୍ ନମ୍ବର ଏଫ୍/୭୭୯ସ୍ଥିତ ତିନିମହଲା କୋଠା, ପୁରୀର ସିଦ୍ଧମହାବୀର ଅଞ୍ଚଳରେ ଥିବା ଅନ୍ୟ ଏକ ତିନିମହଲା କୋଠା, କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଫାର୍ମହାଉସ୍ ଓ ସିମ୍ପେ୍ଲକ୍ସ, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଥିବା ଦୁଇମହଲା ଘର, କଟକର ୪୨ ମୌଜା ଅନ୍ତର୍ଗତ ବନ୍ତୁଣିଆ ଶିବମନ୍ଦିର ନିକଟରେ ଥିବା ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱରର କଣ୍ଟାବାଡ଼ ଅଞ୍ଚଳରେ ଥିବା ଦୁଇମହଲା କୋଠା ଏବଂ ବଡ଼ଚଣାସ୍ଥିତ ଆ?ର୍ ଆଣ୍ଡ୍? ବି ଉପଖଣ୍ଡ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବରରେ ଛାନଭିନ ଚଳାଇଥିବା ଭିଜିଲାନ୍ସ ଏସପି କେବି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
