ରାଜନଗର: ରାଜନଗର ବ୍ଲକ ଡେରା ପଞ୍ଚାୟତ ଧୋବେଇଗଡ଼ ଗ୍ରାମରେ ପାଣିରେ ପଡି ଶିଶୁଟିଏ ମୃତ୍ୟୁ ବରଣ କରିଛି। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଏହି ଗ୍ରାମର ଆନନ୍ଦ ସ୍ୱାଇଁଙ୍କ ପୁଅ ଆଦିତ୍ୟ (୨ଧ ସମସ୍ତଙ୍କ ଅଲକ୍ଷ୍ୟରେ ନିକଟରେ ଥିବା ପୋଖରୀରେ କେମିତି ଖସି ପଡିଥିଲା। ଆଦିତ୍ୟକୁ ପରିବାର ଲୋକେ ନ ଦେଖିବାରୁ ଖୋଜାଖୋଜି କରି ପୋଖରୀରୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ।ପୋଲିସ ଶବକୁ ଜବତ କରି ୨୮/୨୬ରେ ଅପମୃତ୍ୟୁ ମାମଲା ୠଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
