ବେଗୁନିଆପଡା: ଙଊ୦୨ଈଇ୫୭୬୩ ନମ୍ବର ଥିବା ଏକ କାର ବେଗୁନିଆପଡା ରାସ୍ତା ଦେଇ ସୁମଣ୍ଡଳ ପଟକୁ ଯାଉଥିବା ବେଳେ ଏସ. ଛଚିନା ମାଛ ବଜାର ନିକଟରେ କୌଣସି କାରଣ ରୁ ଭାରସାମ୍ୟ ହରାଇ ଦୃଘଟଣା ଘଟାଇଛି । ସେହି ରାସ୍ତା ପାର୍ଶ୍ୱ ରେ ଥିବା ଦୁଇଟି ଅଟୋ କୁ ଧକ୍କା ଦେବା ପରେ ରାସ୍ତା ପାର୍ଶ୍ୱରେ ଯାଉଥିବା ଜଣେ ବ୍ୟକ୍ତି ଙ୍କୁ ଘୋଷାରି ନେବା ସହ ଅନ୍ୟ ଜଣଙ୍କୁ ଧକ୍କା ଦେଇ ଏକ ଗଛ ସହ ଧକ୍କା ହୋଇଥିଲା । ଆହତ ଦୁଇ ଜଣଙ୍କ ମଧ୍ୟରେ ଜଣେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମର ଭାସିଆ ଜେନା ଙ୍କ ପୁଅ ବିଶ୍ୱଜିତ ଜେନା ଓ ଅନ୍ତରା ଜେନା ଙ୍କ ପୁଅ ଭୋଳା ଜେନା ବୋଲି ଜଣା ପଡିଛି । ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ବିଶ୍ୱଜିତ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଖବର ପାଇ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି କାର କୁ ଜବତ କରି ତଦନ୍ତ ଜାରି ରଖିଛି ।
