ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୋଟ ପାରା ଠାରେ ଜୟ ପୁର ରୁ ରାଇଘର ଲେମ୍ପ କୁ ଆସୁଥିବା ସାର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଖସିଯିବା ଫଳରେ ଦୂର୍ଘଟଣା ଘଟି ଥିବା ଜଣାଯାଇଛି। ଖବର ଅନୁଯାୟୀ ଆଜି ସକାଳ ପ୍ରାୟ ୭ଟା ସମୟରେ ଜୟପୁରରୁ ଏକ ସାର ବୋଝେଇ ଟ୍ରକ୍ ( ଗାଡ଼ି ନମ୍ବର ସିଜି ୧୮ କେ ୪୫୮୬) ରାଇଘର ଲ୍ୟାମ୍ପ ଅଭିମୁଖେ ଆସୁଥିଲା। ରାଇଘରଠାରୁ ମାତ୍ର ଗୋଟିଏ କିଲୋମିଟର ପୂର୍ବରୁ କୋଟପାରାଠାରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଟ୍ରକ୍।ଟି ଦୁଇ ଗଛକୁ ପିଟି ଓଲଟି ପଡିଯାଇଥିଲା। ଡ୍ରାଇଭର କାନ୍ତ ଟ୍ରକ୍ ଭିତରେ ଚାପି ହୋଇ ରହିଯିବା ଫଳରେ ଉଦ୍ଧାର ହୋଇ ନପାରି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ଖବର ପାଇ ରାଇଘର ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଭାବି ସାର ବିକ୍ରି ଏବଂ ଆବଶ୍ୟକତା ଦୃଷ୍ଟିରୁ ଦୁର୍ଘଟଣାଗ୍ରସ୍ତ ସାର ଟ୍ରକ ଉପରେ ପ୍ରଶାସନ ଏବଂ ପୁଲିସ କଡ଼ା ନଜର ରଖି ଥିବା ଜଣାଯାଇଛି।
