ବାରିପଦା; ଶାରଦୀୟ ଦୂର୍ଗା ପୂଜା ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା,ଯଶିପୁର ଅଂଚଳ ର ତିନି ପୂଜା ମଣ୍ଡପ ପୁରୁଣାବଜାର, ଧୋବାଡିହା ଓ ପଦ୍ମପୁର ପୂଜା ମଣ୍ଡପ ରେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ମହାଷଷ୍ଠୀ ବେଲବରଣ ଠାରୁ ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ, ବିଜୟା ଦଶମୀ ପର୍ଯ୍ୟନ୍ତ ରିତୀନିତୀ ଅନୁସାରେ ପୂଜକ ପଣ୍ଡିତ ମାନଙ୍କ ଦ୍ୱାରା ପୂଜା ଅର୍ଚ୍ଚନା ହୋଇଥିବା ବେଳେ ବୁଧବାର ଦଶମୀ ତିଥିରେ ମାଙ୍କ ର ପୂର୍ଣ୍ଣାହୂତି ଯଜ୍ଞ ପୂଜା ହୋଇ ଯାଇଛି। ତେବେ ବିଶେଷ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ପଦ୍ମପୁର ପୂଜା ମଣ୍ଡପ । ପ୍ରଥମ ବର୍ଷ ପୂଜା ଆରମ୍ଭ ରୁ ଅଦ୍ୟାବଧି ୧୯ ବର୍ଷ ଧରି ମା ଦୂର୍ଗାଙ୍କର ପୂଜା ହୋଇ ଆସୁଥିବାବେଳେ ସେଠାରେ ୧୦ ଜଣ କୁଆଁରୀ କନ୍ଯା ମାନଙ୍କୁ ନେଇ କୁଆଁରୀ ପୂଜା ହୋଇ ଆସୁଛି । ଚଳିତବର୍ଷ ମଧ୍ୟ ୧୦ କୁଆଁରୀ ଙ୍କ ମଧ୍ୟ ରୁ ଜଣେ ମାଦୂର୍ଗାଙ୍କ ବେଶ ହୋଇ ଥିବାବେଳେ ଅନ୍ୟ ୯ ଜଣ କୁଆଁରୀ ଦୂର୍ଗାଙ୍କର ଅନ୍ୟ ୯ ଟି ରୂପ ଧାରଣ କରିଥିଲେ । ସେହି କୁଆଁରୀ ମାନଙ୍କୁ ମୂଖ୍ୟ ପୂଜକ ଅରୂପ ସାମନ୍ତରାୟ, ଆଚାର୍ଯ୍ୟ ନିକୁଞ୍ଜ ମିଶ୍ର, ମଳୟ ମିଶ୍ର, ମାନସ ଦାସ, ଅଜୁ ଷଡଙ୍ଗୀ, ଭବେଶ ସାମନ୍ତରାୟ ପ୍ରମୁଖ ବିଧିବିଧାନ ମତେ ଅବତାରୀ କୁଆଁରୀ କନ୍ୟା ମାନଙ୍କୁ ପୂଜାକରିଥିଲେ। କର୍ତ୍ତା ଓ କର୍ତ୍ରୀ ଭାବରେ କବୀର ଦାସ ଓ ତାଙ୍କ ଧର୍ମ ପତ୍ନୀ ଗୀତା ଦାସ ଦାୟୀତ୍ୱ ତୁଲାଇ ଥିଲେ। ପଦ୍ମପୁର ପୂଜା କମିଟିର ସଭାପତି ସଂଜିତ ମହାନ୍ତ, ସମ୍ପାଦକ ଯିତେନ୍ଦ୍ର ନାଏକ, ସଦସ୍ୟ ଶମ୍ଭୁନାଥ ମହାକୁଡ, ଆଲୋକ ବେହୁରା, ପଙ୍କଜ ନାଏକ,ଦକ୍ଷିଣା ମହାନ୍ତି, ମହିଳା ସଦସ୍ୟ କନକଲତା ଦାସ, ଜ୍ୟୋତ୍ସ୍ନାମୟୀ ନାଏକ,ଛବି ସାହୁ ପ୍ରମୁଖ ଙ୍କ ସମେତ କମିଟିର ଅନ୍ୟ ସଦସ୍ୟଗଣ କୁଆଁରୀ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।
