ପୁରୀ: ଦତ୍ତତୋଟା ସ୍ଥିତ ଉତ୍କଳ ବଚପନ ସ୍ଲୁଲ ପରିସରରେ ଗ୍ରୀଷ୍ମକାଳୀନ ଶିବିର ମଙ୍ଗଳବାର ସକାଳେ କୁନି କୁନି ଛାତ୍ରଛାତ୍ରୀ ମାନେ ଯୋଗ, ପିରାମିଡ, ଚିତ୍ରାଙ୍କନ ଓ ଡ୍ୟାନ୍ସ କରି ଧୁମ ମଚାଇଲେ ବଚପନ ସ୍ଲୁଲର ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କ କୋଳାହଳମୟ ପରିବେଶ ସୃଷ୍ଟି ହୋଇଥିଲା । ସ୍ଲୁଲର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶିବିରରେ ଯୋଗ ଶିକ୍ଷକ ଗୁରୁ ଆଲୋକ କୁମାର ସ୍ୱାଇଁଙ୍କ ଦ୍ୱାରା ବିଦ୍ୟାର୍ôଥମାନଙ୍କୁ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା ।

କୁନି କୁନି ବିଦ୍ୟାର୍ôଥମାନେ ସୂର୍ଯ୍ଯ ନମସ୍କାର,ଅଲମବିଲମ, ପ୍ରାଣାୟାମ, କପାଳି ଆସନ,ତାଡା ଆସନ, ବୃକ୍ଷ ଆସନ, ପାଦହସ୍ତା ଆସନ, ଅର୍ଦ୍ଧଚକ୍ର ଆସନ, ତ୍ରିକୋଣା ଆସନ, ବଧକୋଣା ଆସନ, ଜାନୁଶିର୍ସା ଆସନ, ପଶ୍ଚିମଉତାରା ଆସନ, ଭୂଜ…
