ବାଲୁଗାଁ: ମଙ୍ଗଳବାର ସକାଳେ ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟସ୍ଥ ପଥରକଟା ଗେଟ୍ ପାଖରେ ଚଳନ୍ତା ଟ୍ରେନରୁ ଖସି ଜଣେ ଯୁବକ ମୃତ୍ୟୁ ବରଣକରିଥିବାଜଣାପଡିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଯୁବକ ଜଣକ ଟ୍ରେନ ମଧ୍ୟରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ।ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ରେଳ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ତଦନ୍ତ ଜାରି ରଖିଛି।ଯୁବକ ଜଣକ କେଉଁ ଟ୍ରେନରୁ ଖସିଥିଲେ ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ତାହା ତଦନ୍ତ ପରେ ଜଣାପଡିବ ବୋଲି ରେଳ ପୋଲିସ ପକ୍ଷରୁ ସୂଚନା ମିଳିଛି।
