ବାଲୁଗାଁ: ଶନିବାର ସନ୍ଧ୍ୟାରେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ୧୬ ନଂ ଜାତୀୟ ରାଜପଥ ଠାରେ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ବାଲୁଗାଁ ଅବକାରୀ ବିଭାଗ।ଏଥିସହିତ ସେମାନଙ୍କ ନିକଟରୁ ଗୋଟିଏ ବାଇକ ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି।ଅଭିଯୁକ୍ତ ଦ୍ୱୟ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ସୁଶାନ୍ତ ସାହୁ ଓ କନ୍ଧନୟାଗଡ଼ ଗ୍ରାମର ଗୋବିନ୍ଦ ପ୍ରଧାନ ବୋଲି ଜଣାପଡ଼ିଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୯୯/୨୦୨୬-୨୭ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା ସୂଚନା ଦେଇଛନ୍ତି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ବେହେରାଙ୍କ ସମେତ ଟିମ୍ ସାମିଲ ଥିଲେ।
