ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ଥାନା, ସୁମିତ୍ରାଦେଇ ପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ପୁଅ ୩୨ ବର୍ଷୀୟ ସାରଥୀ ପଣ୍ଡା ଯିଏକି ବୈଶିଙ୍ଗା ଇଲେକ୍ଟ୍ରିକ ଡିଭିଜନରେ ୬ ବର୍ଷ ଧରି ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ, ଡିଉଟିକୁ ଯାଉଥିବା ସମୟରେ ବାଇକରୁ ଭାରସାମ୍ୟ ହରାଇ ପଡିଯାଇ ଆଘାତପ୍ରାପ୍ତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କୁ ନେଇଯାଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଲା । ସୂଚନାନୁଯାୟୀ ଶବ ସତ୍କାର କରିବା ପୂର୍ବରୁ ତାଙ୍କର ପରିବାର ବର୍ଗଙ୍କ ସହମତି କ୍ରମେ ତାଙ୍କର ଦୁଇଟି କିଡନୀ ଦାନ କରାଯାଇଥିଲା । ଏଭଳି ମହତ ଓ ଜନ କଲ୍ୟାଣ କାର୍ଯ୍ୟ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ହସ୍ପିଟାଲ ଓ ନିଜ ଜନ୍ମ ମାଟିରେ ଶେଷ ସମ୍ମାନ ପୂର୍ବକ ସାରଥୀଙ୍କୁ ସମ୍ମାନ ଜନକ ଗାର୍ଡ ଅଫ ଅନର ଦେଇ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଜଣେ ମେଳାପୀ ଓ କର୍ତ୍ତବ୍ୟନିଷ୍ଠ ଯୁବକଙ୍କୁ ହରାଇ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଥିଲା ।
