ବାରିପଦା; ମୟୁରଭଞ୍ଜ ଜିଲ୍ଲା,ରରୁଆଁସ୍ଥିତ ଅଙ୍ଗାରପଦା ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ôଥତ ସମସ୍ତ ୧୦ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ପଦବିରେ ଏକମାତ୍ର ପ୍ରାର୍ଥୀ ରହିଥିବାରୁ ଏବିଭିପି ସମର୍ôଥତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଗୁରୁବାର ନିର୍ବାଚନ ଫଳାଫଳ ଘୋଷଣା ପରେ ମହାବିଦ୍ୟାଳୟ ପରିସରରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଦୀର୍ଘଦିନ ପରେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଥିଲା। ତେବେ ନାମାଙ୍କନ ପ୍ରକ୍ରିୟାରେ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ଏବିଭିପି ସମର୍ôଥତ ପ୍ରାର୍ଥୀମାନେ ସମସ୍ତ ୧୦ଟି ଯାକ ପଦବି ହାତେଇବାରେ ସଫଳ ହୋଇଛନ୍ତି।

ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ସଭାପତି ଭାବେ ଶୁଭଲକ୍ଷ୍ମୀ ମହାନ୍ତ, ଉପସଭାପତି ଭାବେ ତେନଜ ହେମ୍ବ୍ରମ, ସାଧାରଣ ସମ୍ପାଦକ ଭାବେ ଶ୍ରବଣ କୁମାର ପ୍ରଧାନ ଏବଂ ସହସମ୍ପାଦକ ଭାବେ ପୂଜାରାଣୀ ମହାକୁଡ଼ ନିର୍ବାଚିତ ହୋଇଛନ୍ତି। ସେହିପରି ଡ୍ରାମାଟିକ୍ ସେକ୍ରେଟାରୀ ଭାବେ ଆକାଶ କୁମାର ବାରିକ, ଡ୍ରାମାଟିକ୍ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ସୁଇଟି ନାଏକ, ଆଥଲେଟିକ୍ ସେକ୍ରେଟାରୀ ଭାବେ ଶିଖା ହାଁସଦା, ଆଥଲେଟିକ୍ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ପ୍ରକାଶ କୁମାର ନାଏକ, ଡିଏସ୍ଏ ସେକ୍ରେଟାରୀ ଭାବେ ଗଣେଶ୍ୱର ସିଙ୍କୁ ଏବଂ ଡିଏସ୍ଏ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ସୃତି ତୁଙ୍ଗ ନିର୍ବାଚିତ ହୋଇଛନ୍ତି।
