ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ତାଳସର ପଞ୍ଚାୟତ କେଶରପୁର ଗ୍ରାମରେ ବୁଧବାର ଦିନ ସକାଳୁ ବଣୁଆ ହାତୀ ପଲ୍ଲର ଉପଦ୍ରବ ଫଳରେ ବ୍ୟାପକ ଧାନ ଫସଲ ଆଦି ନଷ୍ଟ କରିଛନ୍ତି । ସୂଚନା ଅନୁଯାଇ ସେହି ଗ୍ରାମର ପିତବାସ ପ୍ରଧାନ, ଭାଗବତ ପ୍ରଧାନ, ଭାସ୍କର ପ୍ରଧାନ, ଗୌରୀ ପ୍ରଧାନ, ବିର ପ୍ରଧାନ, ଭିକାରୀ ପ୍ରଧାନଙ୍କ ଧାନ ଫସଲ ବ୍ୟାପକ ପରିମାଣର ନଷ୍ଟ କରିଛନ୍ତି । ଏଥିସହିତ ତାଳସର ଗ୍ରାମର କିଛି ଚାଷୀଙ୍କ ମଧ୍ୟଧାନ ଫସଲ ହାତୀ ପଲ୍ଲ ନଷ୍ଟ କରିଛନ୍ତି । ଏନେଇ କେଶରପୁର ଗ୍ରାମ ଏବଂ ପାଖା ପାଖି ଥିବା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦାବୀ ହୋଇଛି । ଏଦିଗରେ ବନ ବିଭାଗ ଅଧିକାରୀମାନେ ଦୃଷ୍ଟି ଦେବା ସହ ହାତୀ ପଲ୍ଲକୁ ଘଉଡେଇବା ପାଇଁ ଦାବୀ ହୋଇଛି ।
