ବାଲୁଗାଁ: ରାଜ୍ୟ ସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ କଟକ ଜିଲ୍ଲା ବିଜେତା ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଉପ-ବିଜେତା ହୋଇଛି।ଅନୁଗୋଳ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ୍ସ ପ୍ରତିଯୋଗିତା ଅକ୍ଟୋବର ୯ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାରୁ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ କାଟା ଓ ଫାଇଟ୍ ବିଭାଗରେ ୧୧ ଟି ସ୍ୱର୍ଣ୍ଣ ଓ ୧ ଟି ସିଲ୍ଭର ପଦକ ହାସଲ କରି ଖୋର୍ଦ୍ଧା ଜିଲ୍ଲା ପୁରୁଷ ବିଭାଗରେ ଉପବିଜେତା ହୋଇଛି।

ବାଲୁଗାଁ ଅଞ୍ଚଳର ସୋମ୍ୟ ରଞ୍ଜନ ନାୟକ ୨ ଟି ସ୍ୱର୍ଣ୍ଣ ଓ ଧୀରଜ୍ କୁମାର ଦାସ ୨ ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ନିରାକାରପୁର ଓ ଭୁଷଣ୍ଡପୁର ଅଞ୍ଚଳରୁ ଶୁଭଙ୍କର ଦାଶ ୨ଟି ସ୍ୱର୍ଣ୍ଣ,ଆଲୋକ ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ସିଲ୍ଭର,କଳ୍ପନା ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ,ଦେବସ୍ମିତା ମଣ୍ଡଳ ଗୋଟିଏ ସ୍ୱର୍ଣ୍ଣ,ଅଜୟ ସାହୁ ଗୋଟିଏ ସ୍ୱର୍ଣ୍ଣ ଓ ସିଦ୍ଧାର୍ଥ ମାର୍ଥା ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।କୃତି ପ୍ରତିଯୋଗୀ ମାନଙ୍କୁ ରାଜ୍ଯ ସ୍କୋଏ ଆସୋସିଏସନ ସମ୍ପାଦକ ଏସ୍.କେ ସଲାଉଦ୍ଦିନ ଓ ଉପ ସଭାପତି ଏକାଦଶୀ ବେହେରା ସ୍ୱାଗତ ଜଣାଇଛନ୍ତି।ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୪ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
