ରାଇଘର: ନବରଙ୍ଗପୁର ଜିଲ୍ଲା ର ଏଲ ଆଇ ସି ଏଜେଣ୍ଟ ଭାବେ କାମ କରୁଥିବା ନବରଙ୍ଗପୁର ଇଚ୍ଛା ବତି ଗୁଡ଼ାର ସୁଶାନ୍ତ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ମୀନାକ୍ଷୀ ପାଣିଗ୍ରାହୀ ଏକ ସଡ଼କ ଦୁର୍ଘଟଣାରେ ମୃତୁ ବରଣ ଘଟିଛି। ଡାବୁଙ୍ଗା ଥାନା ଅନ୍ତର୍ଗତ ଝରିଗୁଡ଼ା / ଧାମନଗୁଡା ନିକଟରେ କାର ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛ ରେ ପିଟି ହୋଇ ଯାଇଥିଲା। ଘଟଣା ସ୍ଥଳରେ ହିଁ ଦୁହିଁ ଙ୍କ ମୃତୁ ଘଟିଛି। ଖବର ସଂଗ୍ରହ ସୁଦ୍ଧା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
