oplus_131074
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ଅଗ୍ନିଶମ ବାହିନୀ ଠାରୁ ୨୦୦ ମିଟର ଦୂରରେ ଆଜି ଅପରାହ୍ନ ସାଢେ ତିନି ଘଣ୍ଟା ସମୟରେ ହରିଶ ଚନ୍ଦ୍ର କନ୍ଧ ଗୌଡ଼ ନାମକ ୬୨ ବର୍ଷିୟ ବୃଦ୍ଧ ନିଜ ଜମି କୁ ଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତୁ ବରଣ କରିଥିବା ଜଣାଯାଇଛି। ଖବର ଅନୁଯାୟୀ ଜମି କୁ ଯାଉଥିବା ବେଳେ ବିଦ୍ୟୁତ୍ ତାର ଲାଗି ଯିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗ୍ରାମ ବାସୀ କହିବା ଅନୁଯାୟୀ ଦୀର୍ଘ ଦିନ ଧରି ବିଦ୍ୟୁତ୍ ତାର ବହୁତ୍ ତଳେ ରହିଥିଲା ଏବଂ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିଥିଲେ। ତାର ସମାଧାନ ନ ହେବାରୁ ଘଟଣା ଘଟିଥିବା ପ୍ରକାଶ କରିଛନ୍ତି। ଏହି ବିଷୟ ନେଇ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ କହିଛନ୍ତି ଯେ କେବଳ ଟ୍ରାନସ୍ଫର ପୋଡ଼ି ଯିବା ନେଇ ଜଣାଇଥିଲେ। ଖବର ପାଇ ଉମରକୋଟ ନି୍ୱର୍ାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପାର୍ଥୀ ସନରାଜ ଗଣ୍ଡ ଙ୍କ ସମେତ କଂଗ୍ରେସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କ ପରିବାର ଙ୍କୁ ଆର୍ôଥକ କ୍ଷତି ପୂର୍ଣ୍ଣ ସହାୟତା ଦାବି କରି ବିଦ୍ୟୁତ ବିଭାଗ ଅଫିସ ଆଗରେ ସବ ରଖି ଧାରଣା ରେ ବସିରହିଛନ୍ତି।
