ଜୟପୁର: ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରିଛି । ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣର ହେଲା ସଲପା ଗ୍ରାମର ତୁଳା ରାମ ହରିଜନ (୬୬) । ଗଞ୍ଜେଇ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ସଲପା ରାସ୍ତାରେ ଚଢାଉ କରିଛି । ଚଢାଉ କରି ୧ କେଜି ୬ ଶହ ଗ୍ରାମ ଗଞ୍ଜେଇ ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
